ଡବ୍ଲ୍ୟୁଏସ୍‌ଜେ ରିପୋର୍ଟରଙ୍କୁ ଗିରଫକଲା ରୁଷିଆ

ମସ୍କୋ, ୩୧ା୩:ଗୁପ୍ତଚର ବୃତ୍ତି ଅଭିଯୋଗରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ(ଡବ୍ଲ୍ୟୁଏସ୍‌ଜେ)ର ଜଣେ ରିପୋର୍ଟରଙ୍କୁ ରୁଷିଆର ଶୀର୍ଷ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି) ଗିରଫ କରିଛି। କେତେକ ଗୁପ୍ତ ତଥ୍ୟ ସଂଗ୍ରହ ଲାଗି ଉଦ୍ୟମ ଚଳାଇଥିବା ରିପୋର୍ଟର ଏଭାନ ଗେର୍ସକୋଭିଚ୍‌ଙ୍କୁ ଉରାଲର ପାର୍ବତ୍ୟାଞ୍ଚଳ ସହର ୟେକାଟୋରିନବର୍ଗରୁ ଗିରଫ କରାଯାଇଥିବା ଏଫ୍‌ଏସ୍‌ବି କହିଛି। ଶୀତଳ ଯୁଦ୍ଧଠାରୁ ଆମେରିକା ଖବରକାଗଜର କୌଣସି ରିପୋର୍ଟରଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ରୁଷିଆ ଗିରଫ କରିବା ଏହା ପ୍ରଥମ ଘଟଣା। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମସ୍କୋ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଗେର୍ସକୋଭିଚ୍‌ଙ୍କୁ ଗିରଫ କରାଯାଇଛି। ଗେର୍ସକୋଭିଚ୍‌ ଆମେରିକା ନିର୍ଦ୍ଦେଶରେ ରୁଷିଆର ଏକ ସାମରିକ ଶିଳ୍ପ କମ୍ପ୍ଲେକ୍ସ ଉଦ୍ୟୋଗରୁ ବିଭିନ୍ନ କାର୍ଯ୍ୟର ତଥ୍ୟ ସଂଗ୍ରହ ପାଇଁ କାର୍ଯ୍ୟ କରୁଥିଲେ ବୋଲି ରୁଷିଆ ଅଭିଯୋଗ କରିଛି। ସେ ଗୁପ୍ତଚର ବୃତ୍ତିରେ ଦୋଷୀସାବ୍ୟସ୍ତ ହେଲେ ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗିପାରନ୍ତି। ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲର ମସ୍କୋ ବ୍ୟୁରୋର ଖବରଦାତା ଭାବେ ଗେର୍ସକୋଭିଚ୍‌ ରୁଷିଆ ଓ ୟୁକ୍ରେନ୍‌ରୁ ଖବର ସଂଗ୍ରହ କରୁଥିଲେ। ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ଲାଗି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ ଆଧିକାରିକ ମାନ୍ୟତା ପାଇଥିଲେ। ମସ୍କୋରୁ ତାଙ୍କ ଶେଷ ରିପୋର୍ଟ ଗତ ସପ୍ତାହରେ ପ୍ରକାଶ ପାଇଥିଲା। ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବା ଏଥିରେ ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଭାରତର ଚେତାବନୀ: ଏପରି ନ କଲେ ଡଟ୍‌ ଡଟ୍‌ ଡଟ୍‌…

ନୂଆଦିଲ୍ଲୀ,୧୪।୧: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶ ପିଓକେକୁ ବ୍ୟବହାର କରି ଆତଙ୍କବାଦ ବୃଦ୍ଧି ଲାଗି ଚେଷ୍ଟା କରାଯାଉଛି। ସେଠାରେ ଆତଙ୍କବାଦୀଙ୍କ...

ସମସ୍ତେ ଏବେ ଭାରତ ସହ ବନ୍ଧୁତା କରିବାକୁ ଚାହୁଁଛନ୍ତି: ଏସ. ଜୟଶଙ୍କର

ମାଡ୍ରିଡ,୧୪।୧: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭାରତର ବଢ଼ୁଥିବା ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ଚ୍ୟାଲେଞ୍ଜିଂ ସମୟରେ ଅର୍ଥପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାର କ୍ଷମତା ଉପରେ ଗୁରୁତ୍ୱାରୋପ...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଭାଙ୍ଗିଲା ଭାରତୀୟଙ୍କ ସ୍ବପ୍ନ, ଚାକିରି ଅଫରକୁ ବାତିଲ କରୁଛନ୍ତି କମ୍ପାନୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୪।୧: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି, କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ ନୀତି ଏବଂ ଘୋଷଣା...

କାଙ୍ଗାଳରୁ ମାଲାମାଲ ହେବ ପାକିସ୍ତାନ? ହାତରେ ଲାଗିଛି…

ଇସଲାମାବାଦ,୧୪।୧: ଦାରିଦ୍ର୍ୟ ଏବଂ ଦୁଃଖର ସମୟ ଦେଇ ଗତି କରୁଥିବା ପାକିସ୍ତାନରେ ୨.୮ ନିୟୁତ ଟୋଲା ଅର୍ଥାତ୍‌ ୨୮ ଲକ୍ଷ ଟୋଲା ସୁନା ମିଳିଛି ଏବଂ...

ଚାଇନାର ଚମକାଇବା ଭଳି ରିପୋର୍ଟ, Twitter ପରେ TikTokର ମାଲିକ ହେବେ ମସ୍କ!

ବେଜିଂ,୧୪।୧: ଜାନୁଆରୀ ୧୯ପରେ ଆମେରିକାରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବାର ରିପୋର୍ଟ ମଧ୍ୟରେ, ବ୍ଲୁମବର୍ଗର ଏକ ପ୍ରମୁଖ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ ଦାବି କରାଯାଇଛି...

ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ

କେପ ଟାଉନ,୧୪।୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଖଣିରେ ଫସି ରହିଥିବା ଏହି...

ସମୁଦ୍ର ମଝିରୁ ସାଟେଲାଇଟ୍‌ ଲଞ୍ଚ୍‌ କଲା ଚାଇନା

ବେଜିଂ,୧୪।୧: ଚାଇନା ସୋମବାର ପ୍ରଥମଥର ପାଇଁ ସମୁଦ୍ର ମଧ୍ୟରୁ ରକେଟ୍‌ ଯୋଗେ ସଫଳତାର ସହ କେତେକ ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରିଛି। ବ୍ୟବସାୟିକ ମହାକାଶ ଗବେଷଣାରେ ଏହା ଏକ...

ଆଉ କେବେ ବି ଭାରତ ଆସିପାରିବେନି ଟ୍ରମ୍ପ! ଲାଗିବ କଡ଼ା କଟକଣା?

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାନୁଆରୀ ୧୦ ୨୦୨୫ରେ ଜଣେ ସାଂଘାତିକ ଅପରାଧୀ ଭାବରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମେ ମାସରେ, ତାଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri