ନୂଆଦିଲ୍ଲୀ,୬-୭: କ୍ୟାଶଲେସ ନେଣଦେଣକୁ ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୫୦ କୋଟି ଟଙ୍କା ସେମାନେ ସ୍ବଳ୍ପ ମୂଲ୍ୟର ଡିିଜିଟାଲ ପେମେଣ୍ଟ ଧାରାକୁ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇ ପାରିବେ। ଉକ୍ତ କମ୍ପାନୀ କିମ୍ବା ଏହାର ଗ୍ରାହକଙ୍କ ଉପରେ କୌଣସି ଚାର୍ଜ କିମ୍ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ ହେବ ନାହିଁ। କୌଣସି ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ୨% ଟିଡିଏସ୍ ଲାଗୁ କରିବା ଲାଗି ବଜେଟରେ ପ୍ରସ୍ତାବ ଦିଆଯାଇଛି। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ଘୋଷଣା ହୋଇଛି। କ୍ୟାଶଲେସ ଅର୍ଥନୀତକୁ ପ୍ରୋତ୍ସାହିତ କରିବା ଲାଗି ଭୀମ, ୟୁପିଆଇ, ୟୁପିଆଇ-କ୍ୟୁଆର୍ କୋଡ, ଆଧାର ପେ, ନିର୍ଦ୍ଧିଷ୍ଟ ଡେବିଟ କାର୍ଡ, ଏନ୍ଇଏଫ୍ଟି, ଆର୍ଟିଜିଏସ୍ର ବ୍ୟବହାର ଉପରେ ଜୋର ଦିଆଯାଇଛି।