ରାଞ୍ଚି,୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି। ୮୧ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ-ଜେଏମ୍ଏମ ମେଣ୍ଟ ୪୭ ଆସନ ହାତେଇଛି। ସରକାର ଗଠନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ମେଣ୍ଟ ପାଖରେ ଏହାଠାରୁ ଅଧିକ ସଦସ୍ୟ ରହିଛନ୍ତି। କଂଗ୍ରେସ-ଜେଏମ୍ଏମ୍ ମେଣ୍ଟ ପକ୍ଷରୁ ହେମନ୍ତ ସୋରେନ୍ ଡିସେମ୍ବର ୨୭ରେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସହିତ ୧୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇ ପାରନ୍ତି। ମେଣ୍ଟରେ ବୁଝାମଣା ଅନୁସାରେ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ସହିତ ୫ ମନ୍ତ୍ରୀ ପଦ ମଧ୍ୟ ମିଳିବ। ସେହିପରି ମେଣ୍ଟର ଅନ୍ୟତମ ସହଯୋଗୀ ଆର୍ଜେଡ଼ିକୁ ଗୋଟିଏ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି।