ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଯୁବତୀ ନିଖୋଜ ଘଟଣା ୪ ଦିନ ପରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ/ବଲସକୁମ୍ପା, ୭ା୧-ନୂଆବର୍ଷ ଉପଲକ୍ଷେ ଗତ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ସୁନୀତା ଝାଙ୍କରଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ଯେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିଲା ଅଗ୍ନିଶମ ବାହିନୀ ସେହିଠାରୁ ସୁନୀତାଙ୍କ ମୃତଦେହ ପାଇଥିଲେ। ଖଜୁରିପଡ଼ା ଥାନାଧିକାରୀ ରମାକାନ୍ତ ପାତ୍ର, ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଖଜୁରିପଡା ତହସିଲଦାର ମନୋଜ କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏ ନେଇ ଥାନାରେ ନଂ.୧/୨୦ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ପରିବାରବର୍ଗ ନିଜ ଗ୍ରାମ ବନ୍ଧସାହିରେ ସୁନୀତାଙ୍କ ଶେଷକୃତ୍ୟ କରିଛନ୍ତି।
ଦୂତିମେଣ୍ଡି ପଞ୍ଚାୟତ ବନ୍ଧସାହି ଗ୍ରାମର କେତେଜଣ ଯୁବତୀଯୁବକ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ୨ ଯୁବକ ଏବଂ ୪ ଯୁବତୀ ମତ୍ସ୍ୟଜୀବୀଙ୍କ ପାଇଁ ଥିବା ଡଙ୍ଗାରେ ଡ୍ୟାମରେ ବୁଲୁଥିବା ବେଳେ କୌଣସି କାରଣରୁ ତାହା ବୁଡି ଯାଇଥିଲା। ଯୁବତୀମାନେ ବୁଡି ଯାଉଥିବା ଦେଖି କୂଳରେ ଥିବା ଯୁବକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସୁନୀତା ବୁଡି ଯାଇଥିଲେ। ତାଙ୍କର କୌଣସି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଓ ପରେ ଗୋଟିଏ ଓଡ୍ରାଫ ଟିମ୍‌ ଡ୍ୟାମରେ ଖୋଜିଥିଲେ। ୪ ଦିନ ଧରି ଖୋଜା ଚାଲିଥିଲେ ମଧ୍ୟ ସୁନୀତାଙ୍କ ମୃତଦେହ ମିଳି ନ ଥିଲା। ଏହାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରବିବାର ଦୂତିମେଣ୍ଡି ନିକଟରେ ରାଜପଥ ଅବରୋଧ କରିଥିଲେ। ମୃତଦେହ ମିଳିବା ପର୍ଯ୍ୟନ୍ତ ତଲାସି ଜାରି ରହିବ ଏବଂ ୭ ଦିନ ମଧ୍ୟରେ ଯୁବତୀଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସୋମବାର ସକାଳେ ସୁନୀତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

ଜଙ୍ଗଲରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଫିରିଙ୍ଗିଆ,୫ା୯(ବିମଳ ଦିଗାଲ): ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଥିବା ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ କୁଶସରୁ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା...

ସୁଭଦ୍ରା ଯୋଜନା ଆବେଦନ ପାଇଁ …

ଖଜୁରୀପଡ଼ା, ୫ା୯( ବିଦୁର ବେହେରା): ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର କ୍ୟାଶ୍‌ ଭାଉଚର୍‌ ଦେବା...

ରାଇକିଆରେ ନିଅଣ୍ଟିଆ ବର୍ଷା, କ୍ଷତିରେ ପରିବା ଚାଷୀ

ରାଇକିଆ,୫।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି । ଏହାର ପ୍ରଭାବ ବିଭିନ୍ନ ଚାଷ କାର୍ଯ୍ୟ ଉପରେ...

ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ

ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରା଼ପଡାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ...

Featured Video Play Icon

ଗର୍ଜେଡି ଗ୍ରାମର ସୁନାଝିଅ ଲିନ୍ସା.. ଏବେ ଡାକ୍ତରୀ ଛାତ୍ରୀ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ। ସେ ଚଳିତ ନିଟ୍ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ଏବେ ଡାକ୍ତରୀ...

ବ୍ୟାଙ୍କ୍‌ରେ ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍‌: ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା,୪।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନାଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri