ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ବୀମା କମ୍ପାନୀ ସେମାନଙ୍କ କଥା ଶୁଣୁନାହିଁ। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ସେମାନେ ଗୁରୁବାର ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଦାବିପତ୍ର ଦେଇଛନ୍ତି। ୭ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ ସୋସାଇଟିର ଶତାଧିକ ଚାଷୀ ୨୦୧୭ରେ ଋଣ ନେଇଥିଲେ। ମରୁଡ଼ି ସହାୟତା ଲାଗି ସୋସାଇଟି ଜରିଆରେ ସେମାନେ ଟାଟା ଏଆଇଜି ଏବଂ ରୟାଲ୍‌ ସୁନ୍ଦରମ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ବୀମା କରିଥିଲେ। ସେହିବର୍ଷ ବର୍ଷା ଅଭାବରୁ ସରକାର ଅଞ୍ଚଳକୁ ମରୁଡ଼ି ଘୋଷଣା କରିଥିଲେ। ଏହାପରେ ଅଧିକାଂଶ ଚାଷୀ ବୀମା ଟଙ୍କା ପାଇଛନ୍ତି। ହେଲେ ବିଭାଗୀୟ ତ୍ରୁଟିରୁ କୁମୁସୀ ସୋସାଇଟିର ୧୨୫, ବାରିହାପୁରର ୪୫, ପରଜଙ୍ଗର ୨୦, ପଙ୍ଗୀତୀରାର ୧୪, କୁଆଳୋର ୪ ଜଣ ହିତାଧିକାରୀଙ୍କ ଲକ୍ଷାଧିକ ବୀମା ଟଙ୍କା ପଡ଼ିରହିଛି। ସମ୍ପୃକ୍ତ ଚାଷୀମାନେ ଚଳିତ ବର୍ଷ ପାଇଁ ବୀମା ଟଙ୍କା ପୈଠ କରିସାରିଥିବାବେଳେ ପୁରୁଣା ଇନ୍‌ସ୍ୟୁରାନ୍ସ ଟଙ୍କା ଏ ଯାଏ ମିଳିନାହିଁ।
ବୀମା ଟଙ୍କାରୁ ବଞ୍ଚତ୍ତ ଚାଷୀମାନେ ଏ ନେଇ ୨୦୧୮ ଡିସେମ୍ବର ୨୪ରେ ତତ୍କାଳୀନ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ହେଲେ ଏ ଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ମନୋଜ ଦଳବେହେରା, ସୁଶାନ୍ତ ଦଳବେହେରା, ପ୍ରତାପ ସାହୁ, କାଠି ଦାସ, ନରୋତ୍ତମ ନାୟକ, ଅଦ୍ୱୈତ୍ୟ ସାହୁ ପ୍ରମୁଖ କହିଛନ୍ତି। ୭ଦିନ ମଧ୍ୟରେ ବୀମା ଟଙ୍କା ନ ମିଳିଲେ ଶୁକ୍ରବାରଠାରୁ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଲିଖିତ ଆକାରରେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବସନ୍ତ କୁମାର ପ୍ରଧାନ କୁହନ୍ତି, ବାରମ୍ବାର ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚାଷୀଙ୍କ ବୀମା ଟଙ୍କା ନ ମିଳିବା ନେଇ ଅବଗତ କରାଯାଇଛି। ଏବେ ସୁଦ୍ଧା ୨୦୮ ଋଣୀ ଚାଷୀ ଟଙ୍କା ପାଇନାହାନ୍ତି। ଚାଷୀଙ୍କ ଦାବି ସମ୍ପର୍କରେ ଆଉଥରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ

ଢେଙ୍କାନାଳ,୩୧ା୮(ରତନ ନାୟାର):  ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ...

ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

ରକ୍ତରଞ୍ଜିତ ରାଜରାସ୍ତା: ବସ ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ

ପରଜଙ୍ଗ,୨୯।୮(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ବୁଧବାର ରାତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।...

ରାସ୍ତାରେ ଅଧିଆ ପଡ଼ି ରାଜସ୍ଥାନରୁ ପୁରୀ ଯାତ୍ରା

କାମାକ୍ଷାନଗର ୨୬ା୮(ସୁଧୀର କୁମାର ପରିଡା):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ସାନ୍ନିଧ୍ୟ ଟିକେ ପାଇବାକୁ ସୁଦୂର ରାଜସ୍ଥାନରୁ ବାହାରି ରାସ୍ତାରେ ଅଧିଆ ପଡ଼ି ପୁରୀ ଅଭିମୁଖେ...

ବନ୍ଧାହେଲେ କୁବେର ରେଞ୍ଜର, କେବଳ ଓଡ଼ିଶା ନୁହେଁ ହାଇଦ୍ରାବାଦରେ ଥିଲା ଫ୍ଲାଟ୍‌

ଡେଙ୍କାନାଳ,୨୩।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଶୁକ୍ରବାର ଗିରଫ ହୋଇଛନ୍ତି। ତାଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।...

ରେଞ୍ଜରଙ୍କ ଟଏଲେଟ୍‌ ଫ୍ଲସ୍‌ରୁ ମିଳିଲା ବିଡ଼ାବିଡ଼ା ଟଙ୍କା, ଭିଡିଓ ଦେଖିଲେ…

ଢେଙ୍କାନାଳ,୨୨ା୮: ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଗୁରୁବାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ...

ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ: ୮ଟି ସ୍ଥାନରେ ଚାଲିଛି ରେଡ

ଡେଙ୍କାନାଳ,୨୨।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା...

ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍‌ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri