ତାତିଲେ ରାଣୀଗୋଡ଼ାବାସୀ : ବିଜୁଳି ଦିଅ, ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ, ୧୬।୫- ଅନୁଗୋଳ ଉପକଣ୍ଠ ରାଣୀଗୋଡ଼ା ନାୟକ ସାହିର ଲୋକେ ଅନୁଗୋଳ ସେସୁ କାର୍ଯ୍ୟାଳୟ ଆଗରେ ବୁଧବାର ଧାରଣା ଦେଇଥିଲେ। ଗ୍ରାମରେ ଲୋ ଭୋଲଟେଜ୍‌ ଯୋଗୁ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ପାଠ ପଢ଼ାରେ ମଧ୍ୟ ସମସ୍ୟା ଉପୁଜୁଛି। ତେଣୁ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଅନୁଗୋଳ ବାସନ୍ତୀ ଦୁର୍ଗା ପଡ଼ିଆ ନିକଟରେ ଥିବା ସେସୁ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଅବଗତ କରିଛନ୍ତି।

ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ୩ ମାସ ହେବ ନାୟକ ସାହିରେ ଟ୍ରାନ୍ସଫର୍ମର୍‌ ବସିଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। ଉପଭୋକ୍ତାମାନେ ବିଭାଗକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କୌଣସି ଅଧିକାରୀ ଅଞ୍ଚଳବାସୀଙ୍କ କଥା କର୍ଣ୍ଣପାତ କରୁ ନ ଥିଲେ। ବୁଧବାର ରାଣୀଗୋଡ଼ାର ବାସିନ୍ଦାମାନେ ସେସୁ କାର୍ଯ୍ୟାଳୟକୁ ଆସି ଆନ୍ଦୋଳନ ପାଇଁ ଚେତାବନୀ ଦେବା ପରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଚେତା ଉଦୟ ହୋଇଛି। ଲୋକଙ୍କ ସମସ୍ୟାକୁ ଦୁଇରୁ ତିନି ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସେସୁ ଅଧିକାରୀ ସତ୍ୟଜିତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସମସ୍ୟା ଥିବା ସେ ଅବଗତ ନ ଥିଲେ। ବର୍ତ୍ତମାନ ଜାଣିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ବାତ୍ୟା ଫନୀ ପରେ ଉକ୍ତ ଠିକାସଂସ୍ଥା ଉପକୂଳ ଓଡ଼ିଶାରେ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ୨/୩  ଦିନ ପରେ କର୍ମଚାରୀମାନେ ଫେରିବା ପରେ ଉକ୍ତ ଅଞ୍ଚଳର ସମସ୍ୟା ପ୍ରାଥମିକ ଭିତ୍ତିରେ ସମାଧାନ କରାଯିବ। ଅନ୍ୟପକ୍ଷରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନାୟକସାହି ବାସିନ୍ଦା ଚେତାବନୀ ଦେଇଛନ୍ତି। ନାୟକ ସାହିର ପ୍ରାଣବନ୍ଧୁ ଦେହୁରୀଙ୍କ ନେତୃତ୍ୱରେ ହେମନ୍ତ କୁମାର ସାହୁ, ଜିତେନ୍ଦ୍ର କୁମାର ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ଛବି ନାୟକ, ତାପସ ନାୟକ ପ୍ରମୁଖଙ୍କ ସହ ଅନ୍ୟମାନେ ସେସୁ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri