ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ: ବିମାନର ୩୨ଜଣ, ୭ ବିଧାନସଭା କର୍ମଚାରୀ….

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ମୋଟ ୨୫୬ଟି ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ପୂର୍ବଭଳି ୩ଜଣ ପଜିଟିଭ୍‌ ହିଁ ଅଛନ୍ତି। ପ୍ରଥମ ଦୁଇ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତୃତୀୟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ପ୍ରଥମ ୨ଜଣଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଯୋଗାଯୋଗରେ ରହିଛି। ତେବେ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ଜଣ ବ୍ୟକ୍ତି ଆସିଛନ୍ତି। ସମସ୍ତଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଅପରପକ୍ଷେ ୫୬ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତି ବିଭିନ୍ନ ଚିକିତ୍ସାଳୟରେ ପୃଥକାବାସରେ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନ୍‌ଲାଇନ୍‌ ପୋର୍ଟାଲ ଏବଂ ୧୦୪ନଂ ଯୋଗେ ୭ହଜାର ୮୦ଜଣ ପଞ୍ଜିକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୪୨୮୬ଜଣ ବିଦେଶରୁ ଫେରିଥିବା ବେଳେ ୨୭୯୪ଜଣ ଅନ୍ୟ ରାଜ୍ୟରୁ ଫେରିଥିବା ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।
ତୃତୀୟ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବିଷୟରେ ଅଧିକ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି, ବିମାନର ୩୨ଜଣ, ପରିବାରରେ ସ୍ତ୍ରୀ ଓ ଝିଅ, ତାଙ୍କ ଡ୍ରାଇଭର, ସହାୟିକା ୩ଜଣ, ବ୍ୟାଙ୍କରେ କାମ କରୁଥିବା ସହକର୍ମୀମାନେ ୪୪ଜଣ, ବିଧାନସଭା କର୍ମଚାରୀ ୭ଜଣ, କ୍ଲିନିକ୍‌ରେ ୨୧ଜଣ, ରକ୍ତପରୀକ୍ଷା କରିଥିବା ବେଳେ ୩ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୧୧୨ଜଣଙ୍କ ସହ ଟ୍ରେସ୍‌ କରାଯାଉଛି। ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ଟ୍ରେସ୍‌ କରାଯାଇପାରିନାହିଁ। ଅନ୍ୟମାନଙ୍କ ମଧ୍ୟରୁ ୧୧ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୧ଜଣଙ୍କ ନେଗେଟିଭ ଥିବା ବେଳେ ଅନ୍ୟ ୧୦ଜଣଙ୍କ ରିପୋର୍ଟ ଅପେକ୍ଷାରେ ଥିବା  ସେ ବାଗ୍‌ଚୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri