ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି। ତେବେ ଆଗାମୀ ଦିନରେ ଏହି ନିଆଁ ଆହୁରି କୁହୁଳିବାକୁ ଯାଉଛି। ଚାଇନାର ସର୍ବବୃହତ ତୈଳ ପରିବହନକାରୀ କମ୍ପାନୀ କସ୍‌କୋ ଉପରେ ଆମେରିକା ଦ୍ୱାରା କଟକଣା ଜାରି କରିଯିବାକୁ ଏହାର କାରଣ ବୋଲି କୁହାଯାଉଛି। ଏହି କାରଣରୁ ଏବେ ମିଡିଲ ଇଷ୍ଟ୍‌ରୁ ଏସିଆକୁ ଅଶୋଧିତ ତୈଳ ପରିବହନ ଭଡା ଶୁକ୍ରବାର ଅଚାନକ ୨୮% ବଢ଼ିଯାଇଛି।
ନ୍ୟୁଜ୍‌ ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ ଇରାନର ତେଲକୁ କସ୍‌କୋ କମ୍ପାନୀ ଅନ୍ୟ ରାଷ୍ଟ୍ରକୁ ପରିବହନ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି। ଏହା ଆମେରିକାର କଟକଣାକୁ ଉଲ୍ଲଂଘନ କରିଥିବା କୁହାଯାଉଛି। କସ୍‌କୋର ଦୁଇଟି ୟୁନିଟ୍‌ ଓ ଅନ୍ୟ କେତେକ କମ୍ପାନୀ ବିରୋଧରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ଅଶୋଧିତ ତୈଳ ପରିବହନ କ୍ଷେତ୍ରରେ କସ୍‌କୋ ବିଶ୍ୱର ସର୍ବବୃହତ କମ୍ପାନୀ। ଏହା ନିକଟରେ ୫୦ରୁ ଅଧିକ ସୁପର ଟ୍ୟାଙ୍କର ରହିଛି। ସିଙ୍ଗାପୁରସ୍ଥିତ ଜଣେ ତୈଳ ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି ଯେ, କସ୍‌କୋ ଉପରେ କଟକଣା ଲାଗୁ ହେବା ପରେ ତୈଳ କିଣୁଥିବା ଦେଶଗୁଡ଼ିକ ନିଜର ଅଶୋଧିତ ତେଲ ପରିବହନ ପାଇଁ ସୁପର ଟ୍ୟାଙ୍କର ଅଥବା ଅତି ବୃହତ କ୍ରୁଡ୍‌ କ୍ୟାରିୟର ଭଡ଼ା ନେବାକୁ ବ୍ୟଗ୍ର ହୋଇ ଉଠିଛନ୍ତି। ଫଳରେ ମିଡିଲ ଇଷ୍ଟ୍‌ରୁ ଉତ୍ତର ଏସିଆକୁ ତେଲ ପରିବହନ ଭଡ଼ା ରାତାରାତି ୧୯% ବୃଦ୍ଧି ପାଇଛି। ଫଳରେ ପ୍ରତ୍ୟେକ ତେଲ ଜାହାଜ ଭଡ଼ା ବାବଦରେ ତୈଳ କ୍ରେତା ଦେଶଗୁଡ଼ିକ ଅତିରିକ୍ତ ୬ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ହେବ। ତୈଳ ଶିଳ୍ପ ସୂତ୍ରରୁ ପ୍ରକାଶ ଯେ, ମଧ୍ୟପୂର୍ବରୁ ଭାରତର ପଶ୍ଚିମ ତଟ ପର୍ଯ୍ୟନ୍ତ ଅକ୍ଟୋବର ଦ୍ୱିତୀୟ ସପ୍ତାହର ଭଡ଼ା ୨୮% ବୃଦ୍ଧି ପାଇଛି। କାରଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦୁଇଟି ସୁପର ଟ୍ୟାଙ୍କର ଭଡ଼ା ନିଆଯାଇଛି। ଏସିଆରେ ସର୍ବାଧିକ ଅଶୋଧିତ ତେଲ କିଣୁଥିବା ତାଇଓ୍ବାନର ପେଟ୍ରୋକେମିକାଲ କମ୍ପାନୀ ଫରମୋସା ପେଟ୍ରୋକେମିକାଲର ମୁଖପାତ୍ର କେ.ଓ୍ବାଇ ଲିନ୍‌ କହିଛନ୍ତି ଯେ, ବଜାରରେ ଏବେ ଭୟ ଖେଳି ଯାଇଛି। ରିଫାଇନେରି କମ୍ପାନୀଗୁଡ଼ିକ ପ୍ରତିଷେଧାମତ୍କ ପଦକ୍ଷେପ ନେଉଛନ୍ତି। କସ୍‌କୋ ବିରୋଧରେ କଟକଣା ଲାଗୁ କରିବା ଯୋଗୁ ଏହା କେତେ ମାତ୍ରାରେ ପରିବହନକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ତର୍ଜମା ହେଉଛି ବୋଲି ଲିନ୍‌ କହିଛନ୍ତି। ସୌଦି ଡ୍ରୋନ୍‌ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଲିଟର ପିଛା ଦର ପ୍ରାୟ ୭୩ ଟଙ୍କା ଟପିଲାଣି। ଡିଜେଲ ଦର ମଧ୍ୟ ୭୨ ଟଙ୍କା ଟପିଛି। ଏପରିପ୍ରେକ୍ଷୀରେ ତୈଳ ପରିବହନ ଖର୍ଚ୍ଚ ବଢ଼ିଲେ ଦେଶର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ାଇବାକୁ ବାଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…

ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍‌ ସଞ୍ଚୟ...

ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ,୧।୧: ଆସିଛି ନୂଆ ବର୍ଷ। ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ଆପଣଙ୍କର...

ଜିଏସଟି ଭରିଲା ସରକାରଙ୍କ ରାଜକୋଷ, ଡିସେମ୍ବରରେ ୧.୭୭ ଲକ୍ଷ କୋଟି ଟଙ୍କା ସଂଗ୍ରହ

ନୂଆଦିଲ୍ଲୀ,୧ା୧: ଡିସେମ୍ବର ୨୦୨୪ ରେ ବସ୍ତୁ ଏବଂ ସେବା କର (ଜିଏସଟି) ସଂଗ୍ରହରେ ବଡ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଜାନୁଆରୀ ୧ ରେ ପ୍ରକାଶିତ ତଥ୍ୟ...

କଣ୍ଡୋମଠାରୁ ଆରମ୍ଭ କରି ଅଙ୍ଗୁରୁ ପର୍ଯ୍ୟନ୍ତ, ନୂଆବର୍ଷ ରାତିରେ ସର୍ବାଧିକ ଏହି ଜିନିଷ ଅର୍ଡର କଲେ ଭାରତୀୟ

ନୂଆଦିଲ୍ଲୀ,୧।୧: ଅଧିକାଂଶ ଭାରତୀୟ ୨୦୨୪ ବର୍ଷ ଶେଷ ରାତିରେ ୨୦୨୫ କୁ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ସ୍ୱାଗତ କରିଥିଲେ। ବର୍ତ୍ତମାନ ଭାରତୀୟଙ୍କ ଅନଲାଇନ୍...

ସ୍ମାର୍ଟଫୋନ ୟୁସର୍ଜଙ୍କୁ ଝଟକା: ଆଜିଠାରୁ ଚାଲିବନି ହ୍ବାଟସ୍‌ ଆପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧।୧: ନୂଆ ବର୍ଷ ଆରମ୍ଭ ହୋଇଛି। ବର୍ଷ ବଦଳିବା ସହିତ ଅନେକ ନିୟମ ମଧ୍ୟ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ କିଛି ଅଛି...

ବଢ଼ିଲା ଆଇଟିଆର୍‌ ଦାଖଲ ସମୟସୀମା

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ଇନକମ୍‌ ଟ୍ୟାକ୍ସ ରିଟର୍ନ (ଆଇଟିଆର) ଦାଖଲ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିଲା।...

ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ

ଭୁବନେଶ୍ୱର,୧।୧(ଅଭୟ ଦାଶ): ବର୍ତ୍ତମାନର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ସୋସିଆଲ ମିଡିଆ ଯୁଗରେ ମଧ୍ୟ ଯାଦୁକଳାର ଚାହିଦା ପୂର୍ବ ପରି ରହିଛି ବୋଲି ଡାଇମଣ୍ଡ ଷ୍ଟାର...

ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅଗ୍ରଗତି

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁକୂଳ ନୀତି ଏବଂ ବ୍ୟାପକ ସଂସ୍କାର ଯୋଗୁ ଭାରତର ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଏହା ସହ ବିଶ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri