Posted inଫୁରସତ

ଥଟ୍ଟାରୁ ଭାଙ୍ଗିଥିଲା ବିବାହ: ୧୦୮ଥର ‘ତୁମର ଚାମ୍‌ଚା ହୋଇ ରହିବି’ କହିବା ପରେ ରାଜି ହେଲେ କନ୍ୟା

ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଭାବି ସ୍ବାମୀଙ୍କ ସାମାନ୍ୟ ଏକ ଥଟ୍ଟାରୁ ବିବାହ ଭାଙ୍ଗିଦେଇଥିଲେ କନ୍ୟା। ପରେ ସେ ୧୦୮ଥର ‘ତୁମର ଚାମ୍‌ଚା ହୋଇ ରହିବି’ କହିବା ପରେ ବିବାହ ପାଇଁ ରାଜି ହୋଇଛନ୍ତି କନ୍ୟା। ସୂଚନାଯୋଗ୍ୟ, ଉଭୟଙ୍କ ନିର୍ବନ୍ଧ ମେ ୨୦ରେ ହୋଇଥିଲା। ବିବାହ ଆସନ୍ତା ଜାନୁୟାରୀ ୧୫ରେ ହେବ ବୋଲି ସ୍ଥିର ହୋଇଥିଲା। ନିର୍ବନ୍ଧ ପରେ ଯୁବତୀ ଜଣଙ୍କ ଭାବି ସ୍ବାମୀଙ୍କୁ ଏକ ଭିଡିଓ ପଠାଇଥିଲେ। ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଇସାରାରେ ବାସନ ମାଜିବା ସହ ଡ୍ୟାନ୍ସ କରୁଥିଲେ। ଏହି ଭିଡିଓଟିକୁ ପଠାଇ ସେ କହିଥିଲେ ବିବାହ ପରେ ଏହା ତୁମ ଉପରେ ଲାଗୁ ହେବ। ଏହାର ଜବାବରେ ସେ କହିଥିଲେ ମୁଁ ଏପରି କରିପାରିବି ନାହିଁ। ଏଥିରେ ରାଗିଯାଇ ଯୁବତୀ ଜଣଙ୍କ ବିବାହ ଭାଙ୍ଗି ଦେଇଥିଲେ। ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ବୁଝି ନ ଥିଲେ। ପରେ ମାମଲା ଯାଇ ପହଞ୍ଚିଥିଲା ଫ୍ୟାମିଲି କୋର୍ଟରେ। କୋର୍ଟରେ ଉକ୍ତ ଯୁବକ ଜଣଙ୍କ ଥଟ୍ଟା ଏଭଳି କହିଥିବା କହିବା ସହ ୧୦୮ଥର ‘ମୁଁ ତୁମର ଚାମ୍‌ଚା ରହିବି ବୋଲି ଏକ କାଗଜରେ ଲେଖିଥିଲେ। ଏହା ପରେ ଯୁବତୀ ଜଣଙ୍କ ବିବାହ କରିବାକୁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri