‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।
ଜିଲାରେ ୯୬୭ ଜଣ ଥାଲାସେମିଆ ରୋଗୀ ପ୍ରତିମାସ ରକ୍ତ ଗ୍ରହଣ କରୁଛନ୍ତି। ସେମାନଙ୍କୁ ରକ୍ତ ଦିଆଯିବା ବେଳେ ଠିକ୍‌ ଭାବରେ ବିଶୁଦ୍ଧିକରଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରିବା ପୂର୍ବରୁ ମ୍ୟାଲେରିଆ, ସିଫିଲିସ୍‌, ହେପାଟାଇଟିସ୍‌-ବି, ହେପାଟାଇଟିସ୍‌-ସି, ଏଚ୍‌ଆଇଭିର ପରୀକ୍ଷା ହେଉନାହଁି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବରେ ନାଆଟ କିମ୍ବା ଏଲ୍‌ଆଇଜା-୪ ପରୀକ୍ଷଣର ବ୍ୟବସ୍ଥା ନାହଁି। ସେହିପରି ରୋଗୀଙ୍କ ଲିଙ୍ଗ ଅନୁସାରେ ରକ୍ତ ନମୁନା ପରୀକ୍ଷା କରାଯାଉ ନାହଁି। ଫଳରେ ଫ୍ରେସ୍‌ ଏବଂ ପ୍ୟାକ୍‌ଡ଼ ବ୍ଲଡ଼ ରୋଗୀଙ୍କୁ ମିଳୁନାହଁି। ଫଳରେ ଦୂଷିତ ରକ୍ତ ଗ୍ରହଣ କରି ରୋଗୀଙ୍କ ଶରୀରର ଯକୃତ, ପ୍ଲିହା, ହୃତ୍‌ପିଣ୍ଡ ସବୁଥିରେ ଲୌହକଣିକା ଜମାଟ ବାନ୍ଧି ରହିଯାଇଥାଏ। ଫଳରେ ରୋଗୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମଧୁମେହ, ଥାଇରଏଡ୍‌ ଆଦି ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି। ସରକାର ଠିକ୍‌ ଡାକ୍ତରଙ୍କ ଦାରା ଚିକିତ୍ସା କଲେ ଏହି ପିଲାମାନେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚତ୍ପାରିବେ। ସ୍ବତନ୍ତ୍ର ଡାକ୍ତର ଓ ନର୍ସ ସହ ଥାଲାସେମିଆ ରୋଗୀଙ୍କ ଯନତ୍ ନେବା ପାଇଁ କର୍ମୀଙ୍କ ଆବଶ୍ୟକତା ଅଛି। ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା କଲେ ଏହାକୁ ରୋକାଯାଇପାରିବ। କିନ୍ତୁ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଉଦାସୀନତା ପାଇଁ ଏସବୁର ବ୍ୟବସ୍ଥା ସମ୍ଭବ ହୋଇପାରୁନାହଁି। ଏହାର ପ୍ରତିବାଦରେ ‘ଆଚ୍ଛା’ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ଉପସଭାପତି ସରିତା ସାହୁ, ରାକେଶ କୁମାର ଶିଅଳ, ଆଦ୍ୟାଶା ଚଣ୍ଡ, ରୋଗୀଙ୍କ ମାତାପିତା ଉଦୟଭାନୁ ନାୟକ, ପ୍ରଭାକର ନାୟକ, ପୁଷ୍ପାଞ୍ଜଳି ନାୟକ, ନିର୍ମଳା ସିଂ, ମମତା ସାହୁ, ସୁକାନ୍ତି ପାତ୍ର, ମଞ୍ଜୁଲତା ଦାସ, ସୁଷମା ବେହେରା, ବାସନ୍ତି ନାୟକ, ନିର୍ମଳା ନାୟକ, ଜ୍ୟୋତ୍ସ୍ନା ଥାପ୍ପା, ସବିତା ମାହାର୍ଣ୍ଣା, ସନ୍ତୋଷ କୁମାର ଜେନା ଆମରଣ ଅନଶନରେ ବସିଥିଲେ। ୧୦୦ରୁ ଉର୍ଦ୍ଧ୍ୱ ଥାଲାସେମିଆ ରୋଗୀଙ୍କ ମାତାପିତା ସମର୍ଥନ ଜଣାଇ ସହଯୋଗ କରିଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri