Posted inଖେଳ

ଦଳରେ ମୋ ଦାୟିତ୍ୱ ବଢ଼ିଛି: ଆୟାର

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବ। ଏହା ଉଭୟ ଦଳ ପାଇଁ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି। ଭାରତୀୟ ଦଳର ପ୍ରତି ସଦସ୍ୟ ମଧ୍ୟ ଏହାର ଗୁରୁତ୍ୱ ଉପଲବ୍ଧି କରିଛନ୍ତି। ଶନିବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଶ୍ରେୟାସ ଆୟାରଙ୍କ ପ୍ରତିକ୍ରିୟାରୁ ଏହା ସୂଚନା ମିଳିଛି। କ୍ୟାରିୟର ଆରମ୍ଭରେ ମୋ ଉପରେ ଏତେଟା ଦାୟିତ୍ୱ ନ ଥିଲା। ମାତ୍ର ଅଭିଜ୍ଞ ହେବା ସହ ଦାୟିତ୍ୱ ବଢ଼ିଛି। ୪ ନମ୍ବରରେ ବ୍ୟାଟିଂ କରୁଥିବାରୁ ଦାୟିତ୍ୱସମ୍ପନ୍ନଭାବେ ଖେଳିବାକୁ ପଡ଼ୁଛି ବୋଲି କହିଛନ୍ତି ଏହି ୨୫ ବର୍ଷୀୟ ଖେଳାଳି। ଚଳିତ ସିରିଜର ପ୍ରଥମ ୨ଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ଆୟାର ଆଗାମୀ ମ୍ୟାଚରେ ମଧ୍ୟ ସମାନ ପ୍ରଦର୍ଶନ ଆଶା ରଖିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ଅନେକ ପ୍ରଭେଦ ରହିଛି। ଉଚ୍ଚସ୍ତରରେ ଖେଳିବାବେଳେ ଅଧିକ ଦାୟିତ୍ୱ ଥାଏ। ମୁଁ ଏବେ ମୋ ଗେମ୍‌କୁ ଭଲଭାବେ ବୁଝି ପାରିଛି ଏବଂ ସେହି ଅନୁସାରେ ଖେଳୁଛି। କେତେବେଳେ ସିଙ୍ଗଲ୍‌ ରନ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବାକୁ ପଡ଼ିବ ଏବଂ କେତେବେଳେ ଆକ୍ରମଣାତ୍ମକ ଖେଳିବାକୁ ହେବ ତାହା ମୁଁ ବୁଝି ସାରିଛି ବୋଲି ଆୟାର କହିଛନ୍ତି।
ସିରିଜର ପ୍ରଥମ ଦିନିକିଆରେ ଆୟାର ୮୮ ବଲ୍‌ରୁ ୭୦ ରନ କରିଥିଲେ। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ଗେମ୍‌ର ସ୍ଥିତି ନେଇ ଖେଳିବାକୁ ହୋଇଥାଏ। ସେହିଦିନ ସେପରି କିଛି ଆବଶ୍ୟକ ଥିଲା ବୋଲି ମୁଁ ଭାବିଥିଲି। ସେତେବେଳେ ଦଳ ମୋ ଠାରୁ ବଡ଼ ଶଟ୍‌ ଚାହୁଁ ନ ଥିଲା। ବଡ଼ ପାର୍ଟନରଶିପ୍‌ ଆବଶ୍ୟକ ଥିଲା। ତେଣୁ ମୁଁ ସ୍କୋର କିପରି ଆଗକୁ ବଢ଼ିବ ତା’ ଉପରେ ଧ୍ୟାନ ଦେଇଥିଲି। ସେହି ମ୍ୟାଚରେ ପ୍ରଦର୍ଶନକୁ ନେଇ ମୁଁ ଖୁସି ଅଛି ବୋଲି ସେ ପ୍ରକାଶ କରିଛନ୍ତି। ୩ ଦିନପରେ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚରେ ସେ ୩୨ ବଲ୍‌ରୁ ୫୩ ରନ କରିଥିଲେ। ପିଚ୍‌ ଓ ଦଳର ସ୍ଥିତିକୁ ନେଇ ସେ ଆକ୍ରମଣାତ୍ମକ ଖେଳିଥିଲେ ବୋଲି କହିଛନ୍ତି। ପୂର୍ବରୁ ମୁଁ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲି। ଏବେ ୪ ନମ୍ବରରେ ଖେଳୁଛି। ଯେଉଁ ସ୍ଥାନରେ ଖେଳିଲେ ମଧ୍ୟ ମୁଁ ସହଜ ମନେ କରୁଛି ଏବଂ ଦଳର ଆବଶ୍ୟକତାକୁ ନେଇ ବ୍ୟାଟିଂ କରୁଛି ବୋଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆୟାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦଳର ମେଣ୍ଟର ରିକି ପଣ୍ଟିଂଙ୍କ ଉପସ୍ଥିତିରୁ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି କି ବୋଲି ପ୍ରଶ୍ନର ଉତ୍ତରରେ ଆୟାର କହିଥିଲେ ଯେ, ପଣ୍ଟିଂ ହେଉଛନ୍ତି ଜଣେ ସକାରାତ୍ମକ ମନୋଭାବ ସମ୍ପନ୍ନ ଖେଳାଳି। ସେ ପ୍ରତି ଖେଳାଳିଙ୍କୁ ସମର୍ଥନ କରିଥାନ୍ତି। ସେ ପ୍ରତି ଖେଳାଳିଙ୍କ ପ୍ରତି ସମାନ ବ୍ୟବହାର ଆପଣେଇଥାନ୍ତି। ଜଣେ କୋଚ୍‌ ଭାବେ ତାଙ୍କ ମ୍ୟାନ ମ୍ୟାନେଜମେଣ୍ଟ ଦକ୍ଷତା ଅଦ୍ୱିତୀୟ। ବାରବାଟୀରେ ହେବାକୁଥିବା ନିର୍ଣ୍ଣାୟକ ମୁକାବିଲା ଦଳ ପାଇଁ କର ଅବା ମର ସ୍ଥିତି ଆଣିଛି। ଆମେ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବୁ। ବିଜୟ ହାସଲ ଆମର ଏକମାତ୍ର ଲକ୍ଷ୍ୟ ରହିବ ବୋଲି ଆୟାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri