ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୧ା୫(ଆଇଏଏନ୍‌ଏସ୍‌): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ‘ଆତ୍ମନିର୍ଭର ଭାରତ’ ପ୍ୟାକେଜରେ ପ୍ରବାସୀ ଶ୍ରମିକ ତଥା ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କୁ ଦୁଇମାସ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେବା ନିମନ୍ତେ ଯୋଜନାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ମେ’ ଓ ଜୁନ୍‌ ଦୁଇମାସ ଦାଦନ ଶ୍ରମିକ ପରିବାରକୁ ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏଥିରେ ପାଖାପାଖି ୮ କୋଟି ଦାଦନ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକ ଉପକୃତ ହୋଇପାରିବେ ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ସରକାରଙ୍କ ଉପରେ ୨,୯୮୨.୨୭ କୋଟି ଟଙ୍କାର ଅତିରିକ୍ତ ସବ୍‌ସିଡି ବୋଝ ପଡ଼ିବ। ଏହାବ୍ୟତୀତ ଖାଦ୍ୟଶସ୍ୟ ପରିବହନ, ହସ୍ତାନ୍ତର, ଡିଲର ମାର୍ଜିନ ଆଦିକୁ ହିସାବକୁ ନେଲେ ଆଉ ୧୨୭.୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ...

ଔରଙ୍ଗଜେବଙ୍କ ବିରୋଧରେ ‘ଲୋକଙ୍କ କ୍ରୋଧ’ ପାଇଁ ଛାଭା ଚଳଚ୍ଚିତ୍ର ଦାୟୀ: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ,୧୮।୩: ମହାରାଷ୍ଟ୍ରରେ ଚାଲିଥିବା ଔରଙ୍ଗଜେବ ବିବାଦ ଏବଂ ସୋମବାର ନାଗପୁରରେ ଘଟିଥିବା ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ୧୭ଶ ଶତାବ୍ଦୀର ମୋଗଲ ସମ୍ରାଟଙ୍କ...

ମନରେଗାରେ ବୃଦ୍ଧି ହେଉ ସର୍ବନିମ୍ନ ମଜୁରୀ, ଦାବି କଲେ ସୋନିଆ

ନୂଆଦିଲ୍ଲୀ,୧୮।୩: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର (୧୮ ମାର୍ଚ୍ଚ) ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି...

ମହାକୁମ୍ଭ ରୂପରେ ଭାରତର ବିଶାଳ ରୂପ ଦେଖିଲା ସାରା ବିଶ୍ୱ: ମୋଦି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ ମହାକୁମ୍ଭର ଆୟୋଜନ ବିଷୟରେ କହିଥିଲେ। ଏହି ସମୟରେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ଲୋକମାନଙ୍କୁ ଧନ୍ୟବାଦ...

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ, କ’ଣ ଝିଅକୁ ମିଳିପାରିବ ଭାରତୀୟ ନାଗରିକତା?

ନୂଆଦିଲ୍ଲୀ,୧୮।୩: ପାକିସ୍ତାନର ସୀମା ହାଇଦର ଯିଏ PUBG ଖେଳୁଥିବା ସମୟରେ ଭାରତର ସଚିନ ମୀନାଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ପାକିସ୍ତାନରେ ଥିବା ନିଜ ପରିବାରକୁ ଛାଡି...

ଗୁଜବକୁ ନେଇ ନାଗପୁରରେ ହିଂସା

ନାଗପୁର,୧୮।୩: ସୋମବାର ସାରେ ମହାରାଷ୍ଟ୍ରର ନାଗପୁରରେ ଔରଙ୍ଗଜେବଙ୍କ ସମାଧି ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା। ସହରର ମାହାଲ ଅଞ୍ଚଳରେ ଘଟିଥିବା ହିଂସା ଅନ୍ୟ ଅଞ୍ଚଳକୁ ମଧ୍ୟ...

ମୋଦି ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ମହାରାଜ ଥିଲେ: ଭାଜପା ଏମ୍‌ପିଙ୍କ ମନ୍ତବ୍ୟକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୧୮।୩: ଛତ୍ରପତି ଶିବାଜୀ ମହାରାଜ ଏବଂ ମୋଗଲ ଶାସକ ଔରଙ୍ଗଜେବଙ୍କୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ଚାଲିଛି। ଏବେ ଜଣେ ଭାଜପା ଏମ୍‌ପି ଶିବାଜୀ ମହାରାଜଙ୍କ ବିଷୟରେ...

NEET PG 2025:ଏହି ଦିନ ହେବ NEET PG ପରୀକ୍ଷା: ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୮/୩: ମେଡିକାଲ କ୍ଷେତ୍ରରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ନ୍ୟାଶନାଲ ବୋର୍ଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image