ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ: କାର, ବନ୍ଧୁକ, ଗୁଳି ଜବତ

କଟକ ଅଫିସ, ୧୪।୧୧- ଜଗତ୍‌ପୁର ଥାନା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ଓ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ଏକ ଗ୍ୟାଙ୍ଗର ୬ ଜଣଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଜଗତ୍‌ପୁର ଥାନା ଅନ୍ତର୍ଗତ ଖରଡାସାହିର ଅଶୋକ କୁମାର ବେହେରା, ଶ୍ରୀଧର ବେହେରା, ଲକ୍ଷ୍ମଣପୁରର ମନୋଜ କୁମାର ସ୍ବାଇଁ, ତେଲିସାହିର କଳ୍ପତରୁ ସାହୁ, ରାଜାବଗିଚା ବଢେଇସାହିର ଦିବ୍ୟଜିତ୍‌ ବାରିକ ଓ ଅମିତାଭ ସ୍ବାଇଁ। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ଟି ମାଗାଜିନ୍‌, ୪ଟି ଗୁଳି, ଗୋଟିଏ ଭୁଜାଲି, ୨୪ହଜାର ଟଙ୍କା, ତିନୋଟି କାର, ତିନୋଟି ବାଇକ, ଗୋଟେ ସ୍କୁଟି, ୪ଟି ମୋବାଇଲ ଫୋନ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୩୭୨/୧୯) ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧ ତାରିଖରେ ଜଗତ୍‌ପୁର ଥାନା ଅଧୀନ ଷ୍ଟେଶନ ବଜାରର ଶତ୍ରୁଘ୍ନ ସାହୁ ଓ ତାଙ୍କର ଜଣେ ବନ୍ଧୁ ଆଇବି ରୋଡ ନିକଟରେ ଥିବା ଆଦିତ୍ୟ ସେଲିବ୍ରେସନ ମଣ୍ଡପକୁ ଯାଇଥିଲେ। ସେଠାରେ ସେମାନେ ଉକ୍ତ ମଣ୍ଡପର ମାଲିକଙ୍କ ସହ କିଣା ଯାଇଥିବା ଏକ ଜମିର ଦଖଲ ନେବା ସଂକ୍ରାନ୍ତରେ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଶତ୍ରୁଘ୍ନଙ୍କୁ ଦାଦାବଟି ମାଗିଥିଲେ। ସେମାନଙ୍କ ମଧ୍ୟରୁ ଅଶୋକ ଶତ୍ରୁଘ୍ନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ପକେଟ୍‌ରୁ ୨ଲକ୍ଷ ଟଙ୍କା ଛଡାଇ ନେଇଥିଲେ। ଏହି ସମୟରେ ଅନ୍ୟ ଅଭିଯୁକ୍ତମାନେ ମାରଣାସ୍ତ୍ର ଦେଖାଇ ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ କରିଥିଲେ ବୋଲି ଶତ୍ରୁଘ୍ନ ଜଗତ୍‌ପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri