ଦାରିଙ୍ଗବାଡ଼ି,୩।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ସେପଟେ ଦିନରେ କୁହୁଡ଼ି ଆଚ୍ଛାଦିତ ହୋଇ ଅନ୍ଧାର ଭଳି ପରିସ୍ଥିତି ଉପୁଜିଛି। ଫଳରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ଜରୁରି କାମଧନ୍ଦା ନ ଥିଲେ କେହି ବାହାରକୁ ବାହାରୁନାହାନ୍ତି। ଦିନରେ ମଧ୍ୟ ଗାଡ଼ି ଲାଇଟ୍ ଦେଇ ଯିବାଆସିବା କରିବାକୁ ପଡୁଛି। ଏହା ସତ୍ତ୍ୱେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନେ ଆସି ମଜା ଉଠାଇଛନ୍ତି।