ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ

ଫୁଲବାଣୀ ଅଫିସ/ଦାରିଙ୍ଗବାଡି,୧ା୧୦- କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟାପଦ ମଙ୍ଗଳବାର ରଦ୍ଦ ହୋଇଛି। ୨ରୁ ଅଧିକ ସନ୍ତାନ ଥିବା ଆଗତ ଏକ ମାମଲାର ବିଚାର କରି ଜିଲା ଦୌରାଜଜ୍‌ ଗୌତମ ଶର୍ମା ଏହି ରାୟ ଶୁଣାଇଛନ୍ତି। ସଭ୍ୟାପଦ ରଦ୍ଧ ହୋଇଥିବାରୁ ସୁବେନ୍ତୀ ଆଉ ବ୍ଲକ ଅଧ୍ୟକ୍ଷା ରହି ପାରିବେ ନାହିଁ।
୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶ୍ରାନିକେତା ପଞ୍ଚାୟତରୁ ସମିତିସଭ୍ୟା ଭାବେ ସୁବେନ୍ତୀ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ସୁବେନ୍ତୀଙ୍କର ୬ଟି ସନ୍ତାନ ଥିବା ଦର୍ଶାଇ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତାଜୁଙ୍ଗିଆ ସମିତି ସଭ୍ୟା ରୁଦା ମଲ୍ଲିକ ୨୦୧୭ ଜୁଲାଇରେ ଜିଲା କୋର୍ଟରେ ଏକ ନିର୍ବାଚନୀ ମାମଲା ଦାୟର କରିଥିଲେ। ପଞ୍ଚାୟତ ଆଇନ ଅନୁଯାୟୀ ୨ ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନରେ ଲଢ଼ି ପାରିବେ ନାହିଁ। ତେଣୁ ପ୍ରଧାନଙ୍କ ସମିତିସଭ୍ୟା ପଦବୀକୁ ଅବୈଧ ଘୋଷଣା କରିବାକୁ ମଲିକ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ଏହି ମାମଲାକୁ ବିରୋଧ କରି ଅଧ୍ୟକ୍ଷା ପ୍ରଧାନ ହାଇକୋର୍ଟରେ ଅପିଲ କରି ରହିତାଦେଶ ଆଣିଥିଲେ। ଦୁଇ ମାସ ତଳେ ହାଇକୋର୍ଟ ରହିତାଦେଶକୁ ଉଠାଇ ଦେଇଥିଲେ ଏବଂ ମାମଲାର ବିଚାର କରି ଫଏସଲା କରିବାକୁ ଜିଲା ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ୧୯୯୫ ମସିହାରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ନାହଁ ବୋଲି ନିୟମ କରିଥିଲେ। ସୁବେନ୍ତୀଙ୍କର ୧୯୯୬ ମସିହାରେ ଷଷ୍ଠ ସନ୍ତାନ ଜନ୍ମ ହୋଇଛି। ତେଣୁ ଆଇନ ଅନୁଯାୟୀ ତାଙ୍କ ସମିତି ପଦ ଅବୈଧ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ରୁଦା ମଲିକଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧେଶ୍ୱର ଦାସ ମାମଲା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ ଯେ, ବତ୍ତର୍ର୍ମାନର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସ୍ତ୍ରୀ ହେଉଛନ୍ତି ସୁବେନ୍ତୀ।
((((ଫଟୋ——


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri