ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଚକା ତଳେ ଆସି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଦିଗପହଣ୍ଡି,୫।୧୨(ଡି.ଏନ.ଏ.): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର କୃଷି କାର୍ଯ୍ୟାଳୟ ନିକଟରେ ଗୁରୁବାର ସକାଳେ ଏକ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ଜଣକ ପାଟପୁର ଥାନା ମାଟିଆ ବୋରେଇ ଗାଁର ନାରାୟଣ ସେଠୀ ଓ ଆହତ ଜଣକ ତାଙ୍କ ସ୍ତ୍ରୀ ରୂପା ସେଠୀ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ସକାଳେ ତାଙ୍କ ଶାଳକଙ୍କ ମୃତ୍ୟୁ ଖବର ପାଇ ନାରାୟଣ ଓ ତାଙ୍କ ସ୍ତ୍ରୀ ରାଜପୁର ଗଁ।କୁ ଯାଉଥିଲେ। ସେହି ସମୟରେ ଅପରପକ୍ଷରୁ ଦ୍ରୁତ ଗତିରେ ଆସୁଥିବା ଦିଲଖୁସ୍‌ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ବସ୍‌ର ଚକା ତଳେ ନାରାୟଣଙ୍କ ମୁଣ୍ଡ ଆସିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ଦିଗପହଣ୍ଡି ଥାନା ଆଇଆଇସି ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ବସ୍‌ ଓ ମୃତ ନାରାୟଣଙ୍କ ଗାଡ଼ିକୁ ଜବତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର,୨୬ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ...

କୋକସରାରେ ରେକର୍ଡ ବର୍ଷା: ଚାଷୀଙ୍କ ଫସଲ ନଷ୍ଟ

କୋକସରା,୨୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ୧୩୫ ମିମି ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି। ବର୍ଷା ଯୋଗୁ କୋକସରା...

ବର୍ଷାରେ ଭାଙ୍ଗିଲା ଘର: ପଲିଥିନ ତଳେ ପରିବାର

କୋକସରା,୨୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମରେ ପାଞ୍ଚପ୍ରାଣୀ କୁଟୁମ୍ବ ସହ ରହନ୍ତି ଧନସାଏ ଧରୁଆ। ଝାଟିମାଟି...

ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଭୁବନେଶ୍ୱର,୨୬ା୧୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ...

୪ ର୍ଥ ପର୍ଯ୍ୟାୟ ସୁଭଦ୍ରା ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ଏହି ପରାମର୍ଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର,୨୬ା୧୨: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ...

ବିଜେଡିକୁ ଝଟ୍‌କା: ପ୍ରତିଷ୍ଠା ଦିବସରେ ଦଳ ଛାଡ଼ଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ି ଭାଜପାରେ ମିଶିଲେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ। ପ୍ରତିଷ୍ଠା ଦିବସରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ।...

ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri