ଦିନକରେ ଗଡ଼ିଲା ୯୨ ମୁଣ୍ଡ

ନୂଆଦିଲ୍ଲୀ, ୧୫।୫ : ପ୍ରାଣଘାତୀ କରୋନା ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଦେଶରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୧, ୬୫୮କୁ ବୃଦ୍ଧି ପାଇଥିବା ବେଳେ ୨,୬୪୪ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ୯୨ ଜଣ ପ୍ରାଣ ହରାଇଥିବା ବେଳେ ୩,୬୦୧ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସ୍ଥିତି ଜଟିଳ ରହିଥିବା ଜଣାପଡ଼ିଛି। ଏହି ରାଜ୍ୟରେ ୨୭,୫୨୪ କରୋନା ରୋଗୀ ଥିବାବେଳେ ପ୍ରାଣ ହରାଇଲେଣି ୧,୦୧୯ ବ୍ୟକ୍ତି। ଦିନକରେ ୪୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧,୬୦୨ ନୂଆ ମାମଲା ନଜରକୁ ଆସିଛି। ଗୁଜରାଟ, ତାମିଲନାଡ଼ୁ, ଦିଲ୍ଲୀ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୁଜରାଟକୁ ପଛରେ ପକାଇ ତାମିଲନାଡ଼ୁ ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବା ରାଜ୍ୟ ଭାବେ ଉଭା ହୋଇଛି। ତାମିଲନାଡ଼ୁରେ ଏବେ ୯,୬୭୪ ସଂକ୍ରମିତ ଥିବାବେଳେ ୬୬ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ୪୪୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି।
ଗୁଜରାଟରେ ୯, ୫୯୨ କରୋନା ରୋଗୀ ଥିବାବେଳେ ୫୮୬ ବ୍ୟକ୍ତି ପ୍ରାଣ ହରାଇଲେଣି। ଦିନକରେ ୨୦ ମୁଣ୍ଡ ଏଠାରେ ଗଡ଼ିଥିବା ଜଣାପଡ଼ିଛି। ଗୁରୁବାର ୩୨୪ ନୂଆ ମାମଲା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ। ଏଠାରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭୦କୁ ବୃଦ୍ଧିପାଇଥିବା ବେଳେ ନୂଆ ୪୭୨ ମାମଲା ଦେଖିବାକୁ ମିଳିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଏହି ୫ ରାଜ୍ୟରେ ଏବେ ୧୭ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ରାଜ୍ୟଗୁଡ଼ିକରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୩୭, ୮୬, ୧୨୨, ୨୧୫ ଓ ୪୮କୁ ବୃଦ୍ଧି ପାଇଛି। ତେଲଙ୍ଗାନାରେ ୩୪, ପଞ୍ଜାବରେ ୩୨ ଓ କର୍ନାଟକରେ ୩୫ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଯଦିଓ ୨୭,୭୭୮ ଭୂତାଣୁ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି କେତେକ ରାଜ୍ୟରେ ଉଗ୍ର ସଂକ୍ରମଣ ନିଦ ହଜାଇ ଦେଇଛି। ଲକ୍‌ଡାଉନ ସତ୍ତ୍ୱେ ସେଭଳି ସୁଫଳ ମିଳିପାରୁନି। ସରକାର ସାମାଜିକ ଦୂରତ୍ୱ ରକ୍ଷାକରିବାକୁ କହୁଛନ୍ତି। ଏହି ଭୂତାଣୁବାହୀ ରୋଗର କୌଣସି ସଫଳ ଔଷଧ ଆସି ନ ଥିବାରୁ ସଂକ୍ରମଣ ସ୍ଥିତିକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼...

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି। କଲକାଜୀ ଆସନରେ...

୧୮ବର୍ଷର କମ୍‌ ପିଲାମାନେ ସୋସିଆଲ ମିଡିଆରେ ଖୋଲିପାରିବେନି ଆକାଉଣ୍ଟ! କେନ୍ଦ୍ର ସରକାର ନେଲେ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ,୩।୧:ଆଜିର ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଅଛି। ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। କିନ୍ତୁ ଏବେ ଆକାଉଣ୍ଟ ଖୋଲିବା ଉପରେ...

ଆମ୍ବୁଲାନ୍ସରେ ମୃତଦେହ ନେଇ ଫେରିବା ବେଳେ ଖାଲରେ ପଶିଲା ଆମ୍ବୁଲାନ୍ସ, ଗୋଟିଏ ଝଟ୍‌କାରେ ଉଠି ବସିଲେ ବୃଦ୍ଧ; ତା’ ପରେ…

କୋହ୍ଲାପୁର,୩।୧: ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଚମତ୍କାର କଲା ଭଳି ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଖାଲ ଯୋଗୁ ପୁନର୍ଜନ୍ମ ପାଇଛନ୍ତି। ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କ...

ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଖୁସିଖବର ଦେବେ ସରକାର, ବଢ଼ିବ DA !

ନୂଆଦିଲ୍ଲୀ,୩।୧: ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେବେ କେନ୍ଦ୍ର ସରକାର। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ମହଙ୍ଗା ଭତ୍ତା...

‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’

ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍‌ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି।...

ଭାଜପା ପାଖରେ ନାହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri