ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ ଭୁଟାନର ବୈଜ୍ଞାନିକ ମଧ୍ୟ ଉପଗ୍ରହ ନିର୍ମାଣ କରିବେ। ଭୁଟାନର ଯୁବ ବୈଜ୍ଞାନିକ କ୍ଷୁଦ୍ର ଉପଗ୍ରହ ଡିଜାଇନିଂ ଉତ୍କ୍ଷେପଣ କରିବା ସମ୍ପର୍କରେ ଜ୍ଞାନଲାଭ ପାଇଁ ଭାରତ ଯାତ୍ରା ଏକ ଖୁସିର ଖବର ବୋଲି ମୋଦି କହିଛନ୍ତି। ଭାରତ ଏବଂ ଭୁଟାନ ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଅନ୍ୟ ରାଷ୍ଟ୍ରଠାରୁ ଭିନ୍ନ। ଭାରତ-ଭୁଟାନ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି। ଏହି ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।