ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଶ୍ରମିକମାନେ। ଲକ୍ଡାଉନ୍ ସମୟରେ କାମ ପାଉ ନ ଥିବା ହେତୁ ସେମାନେ ଘରବାହୁଡ଼ା ହେଉଛନ୍ତି, ଯାହା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳିସ୍ଥିତିରେ ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଅନେକ ସହୃଦୟ ବ୍ୟକ୍ତି, ନେତା ଏବଂ ଅଭିନେତା ଆଗକୁ ଆସୁଛନ୍ତି। ସେମିତି ଜଣେ ହେଲେ ଶତୃଘ୍ନ ଲଳନା ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା।
ସୋନାକ୍ଷୀ ଦିନ ମଜୁରିଆମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବେ। ଏଥିପାଇଁ ସେ ନିଜର ପେଣ୍ଟି(ଚିତ୍ର)କୁ ନିଲାମ କରିବାକୁ ଯାଉଛନ୍ତି। ନିଜ ସୋସିଆଲ ହ୍ୟାଣ୍ଡେଲରେ ସେ ଏହା ଜଣାଇଛନ୍ତି। ଫ୍ୟାନ୍କାଇଣ୍ଡ ସଂସ୍ଥା ସହ ସେ ଜଡ଼ିତ ହୋଇଛନ୍ତି। ଏଥିରେ ସବୁଠାରୁ ଅଧିକ ଅର୍ଥ ପ୍ରଦାନକାରୀ ତାଙ୍କର କଳାକୃତିକୁ ପାଇପାରିବ।
ତେବେ ସୋନାକ୍ଷୀ ନିଜ ପୋଷ୍ଟରେ କହିଛନ୍ତି, ମୁଁ ନିଜର କାନ୍ଭାସ୍ ଓ ସ୍କେଚ୍କୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ମୁଁ ହୃଦୟ ସହକାରେ ତିଆରି କରିଛି। ଏବେ ନିଲାମରୁ ମିଳୁଥିବା ଟଙ୍କାରୁ ଦିନ ମଜୁରିଆମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଯିଏ ବି ନିଲାମ ଜିତିବେ, ସେ ମୋ ଚିତ୍ରକୁ ଭଲରେ ରଖିବେ ବୋଲି ସେ କହିଛନ୍ତି।
Bid for Good!
I have teamed up with @FankindOfficial to auction my art & help raise funds to provide ration kits to daily wage workers. There is something for everyone – digital prints, sketches & large canvas paintings. The highest bidder wins! https://t.co/MrgsFnSvaZ pic.twitter.com/MquGf8zKPg— Sonakshi Sinha (@sonakshisinha) May 15, 2020