ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ ପରଠୁ ଖଟିଆରେ ପଡି ରହିଛି ସେ । ଉଠିବା କି ବସିବା କିଛି ନାହିଁ ା ଅଧିକାଂଶ ସମୟରେ ତାଙ୍କ ବିକଳ କାନ୍ଦରେ ଫାଟି ପଡୁଛି ଘର। ଗରିବ ମା’ ବାପା କୁନି ଝିଅର ଚିକିତ୍ସା କରାଇ ପାରୁନାହାନ୍ତି ା ଅର୍ଥାଭାବ ଏଥିରେ ପ୍ରତିବନ୍ଧକ ସାଜିଛି ା ଏପଟେ ଦିବ୍ୟାଙ୍ଗ ଶିଶୁକୁ ଭତ୍ତା କିମ୍ବା ଅନ୍ୟାନ୍ୟ ସରକାରୀ ସହାୟତା ବି ମିଳୁପାରୁନି। ନିଜ ଆଖି ଆଗରେ ପିଲାର ଦୁଃଖ ଦେଖୁଛନ୍ତି ସିନା କିଛି କରି ପାରୁନାହାନ୍ତି ନାୟକ ଦମ୍ପତି।
ଦିନଥିଲା ଗୋକୁଳ ନାଏକଙ୍କ ପରିବାର ହସଖୁସିରେ ଚାଲିଥିଲା ା ଚାରିବର୍ଷ ତଳେ ସ୍ତ୍ରୀ ଭାରତୀ ଏକ ଶିଶୁକନ୍ୟା ଜନ୍ମଦେବା ପରେ ଘରେ ସମସ୍ତେ ଆନନ୍ଦରେ ନାଚି ଉଠିଥିଲେ ା ଝିଅର ନାମ ଦେଇଥିଲେ ଅର୍ଚ୍ଚନା। ହେଲେ ଜନ୍ମର ମାସକ ପରେ ଶିଶୁଟି ଦିବ୍ୟାଙ୍ଗ ହୋଇଗଲା ା ହାତଗୋଡ କାର୍ଯ୍ୟକ୍ଷମ ହେଲାନାହିଁ। ନିସ୍ତେଜ ହୋଇ ପଡି ରହିଲା ସେ। ଏପରି ପରିସ୍ଥିତିରେ ପରିବାର ଖୁସି ଅଳ୍ପଦିନରେ ମିଳେଇଗଲା। ମୂଲମଜୁରି କରି ଘର ଚଳାଉ ଥିବା ଗୋକୁଳ ସଞ୍ଚିତ ଟଙ୍କା ସହ ଧାରକରଜ କରି ଝିଅକୁ ବଲାଙ୍ଗୀର, ଭୁବନେଶ୍ୱର, କଟକ ଆଦି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଲେ। ହେଲେ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଲାନାହିଁ। ସ୍ନାୟୁଗତ ରୋଗ ଯୋଗୁ ଏଭଳି ହୋଇଥିବା ଡାକ୍ତରମାନେ କହିଲେ। ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି କହିବା ପରେ ମା’ବାପାଙ୍କ ମୁଣ୍ଡରେ ଚଡକ ପଡିଲା। ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଗୋକୁଳ। ଏ ନେଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ଶିଶୁଟିକୁ ତାଙ୍କ ଘରକୁ ଯାଇ ଦେଖିଛି। ଭତ୍ତା ପାଇଁ କାଗଜପତ୍ର ଦେବାକୁ କୁହାଯାଇଛି ା ଖୁବ୍‌ଶୀଘ୍ର ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri