ଦିଲୀପ ସ୍ବାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଅଭିଯୁକ୍ତଙ୍କ ସହ ଥାନାଧିକାରୀଙ୍କ ସେଲ୍‌ଫି

ପୁରୀ ଅଫିସ,୧୫ା୧୦: ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସହ ରାମଚଣ୍ଡୀ ଥାନା ଅଧିକାରୀ ବୁଲୁ ମୁଣ୍ଡା ପୋଲିସ ଭ୍ୟାନରେ ଭିତରେ ନେଇଥିବା ସେଲଫି ସୋମବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ପୁରୀ ଏସ୍‌ପି ଉମାଶଙ୍କର ଦାଶ ଗୁରୁତର ସହିତ ନେଇଛନ୍ତି। ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସ ହେଡକ୍ୱାର୍ଟରକୁ ରିପୋର୍ଟ କରିଥିବା କହିଛନ୍ତି।
ମିଳିଥିବା ସୂଚନା ପ୍ରକାରେ, ଅସ୍ତରଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଦିଲୀପ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କୁ ଅସ୍ତରଙ୍ଗ ପୋଲିସ ସୋମବାର ଗିରଫ କରିଥିଲା। ତାଙ୍କୁ ନିମାପଡା କୋର୍ଟକୁ ନେବା ବେଳେ ରାମଚଣ୍ଡୀ ଥାନାଧିକାରୀ ବୁଲୁ ମୁଣ୍ଡା ପୋଲିସ ଭ୍ୟାନ ଭିତରେ ସେଲଫି ନେଇଥିଲେ। ଏହାର ଏକ ଭିଡିଓ ଏବଂ ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ମୁନା ଓ ତାର ସହଯୋଗୀମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ତାରିଖ ରାତିରେ ଅଠତିରା ଗ୍ରାମର ସାଧୁସ୍ବାଇଁ ଓ ତାଙ୍କ ପୁଅ ଦିଲୀପ ଏବଂ ତାଙ୍କର ଜଣେ ବନ୍ଧୁ ବିପିନ ମୁଦୁଲିଙ୍କୁ ଆଳସାହି ଛକଠାରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦିଲୀପଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଥିଲେ। ଅଭିଯୁକ୍ତଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୁଇଥର ରାସ୍ତାରୋକୋ କରିଥିଲେ। ମୁନାକୁ ଗିରଫ କରିବା ଲାଗି ଏସ୍‌ପି ଅସ୍ତରଙ୍ଗ, କାକଟପୁର, ରାମଚଣ୍ଡୀ ଏବଂ ଚନ୍ଦ୍ରଭାଗା ମେରାଇନ୍‌ ପୋଲିସ ଥାନାକୁ ନେଇ ୪ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ଘଟଣା ପରଠାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ସୋମବାର ହଠାତ୍‌ ଅସ୍ତରଙ୍ଗ ପୋଲିସ ତାଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଶରତ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟପଟେ ଅଭିଯୁକ୍ତ ମୁନା ରାମଚଣ୍ଡୀ ଥାନାଅଧିକାରୀ ବୁଲୁ ମୁଣ୍ଡାଙ୍କ ପ୍ରରୋଚନାରେ ଥାନାରେ ଆତ୍ମସମର୍ପଣ କରିଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ ଅସ୍ତରଙ୍ଗ ଥାନାଧିକାରୀ ନାୟକ ଖଣ୍ଡନ କରିଛନ୍ତି। ତେବେ ଅସ୍ତରଙ୍ଗ ଥାନା ଦ୍ୱାରା ଗିରଫ ଅଭିଯୁକ୍ତଙ୍କୁ ରାମଚଣ୍ଡୀ ଥାନାଧିକାରୀ ମୁଣ୍ଡା କାହିଁକି ପୋଲିସ ଭ୍ୟାନରେ ନିମାପଡ଼ା ନେଉଥିଲେ, ଅସ୍ତରଙ୍ଗ ପୋଲିସ କାହିଁକି ନେଇ ନ ଥିଲା ପ୍ରଶ୍ନରେ ଅସ୍ତରଙ୍ଗ ଥାନା ଅଧିକାରୀ ନାୟକ କୁହନ୍ତି, ସଂପୃକ୍ତ ଥାନାଅଧିକାରୀ ଏସ୍‌ପି ଗଠନ କରିଥିବା ଟିମ୍‌ରେ ରହିଥିଲେ। ତେଣୁ ସେ ଗିରଫ ଅଭିଯୁକ୍ତଙ୍କୁ ନେଇ ନିମାପଡା କୋର୍ଟକୁ ଯାଉଥିଲେ। ଏସ୍‌ପି ଦାଶ କୁହନ୍ତି ଯେ, ଅପରାଧିଙ୍କ ସହିତ ସେଲଫି ନେବା ଏକ ସମ୍ବେଦନଶୀଳ ଘଟଣା। ଏହାକୁ ଗୁରୁତର ସହିତ ନିଆଯାଇଛି। ଭାଇରାଲ ହୋଇଥିବା ଫଟୋ ହସ୍ତଗତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅପରାଧିଙ୍କ ସହିତ ପୋଲିସର ସମ୍ପର୍କ ରହିଥିବା ଖବର ନଜରକୁ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ରାମଚଣ୍ଡୀ ଥାନାଧିକାରୀ ବୁୁୁଲୁ ମୁଣ୍ଡାଙ୍କ ମୋବାଇଲ ନମ୍ବର ୯୪୩୭୬୦୧୬୯୭କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏମ୍‌ପି, ବିଡିଓ- ତହସିଲଦାରଙ୍କ ସହ ମିଶି କଲେ ସଫେଇ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ।...

ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି...

ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର

କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri