ସମ୍ବଲପୁର, ୭।୫ (ବ୍ୟୁରୋ)- ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ କରୋନା ପରିସ୍ଥିତିକୁ ଦେଖି ରିଲିଫ ବଣ୍ଟନ କରାଯାଇଛି । ଲକ୍ ଡାଉନରେ ପ୍ରଭାବିତ ହୋଇଥିବା ଗରିବମାନଙ୍କୁ ଚାଉଳ, ଡାଲି, ଅଟା, ତେଳ, ଆଳୁ, ଲୁଣ, ଚିନି, ଚା, ଆଚାର ପ୍ରଭୃତି ସପ୍ତାହ ଲାଗି ଦିଆଯାଇଛି। ଦିଲ୍ଲୀ ସାହାପୁର ଜାଠ ଅଞ୍ଚଳରେ ରହୁଥିବା ଓଡିଶା ଏବଂ ପଶ୍ଚିମଓଡିଶା ସମେତ ଦେଶର ବିଭିନ୍ନ ଅଞ୍ଚଳର ଗରିବମାନଙ୍କୁ ରାଶନ ସାମଗ୍ରୀ ଦିଆଯାଇଥିଲା।