ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଫଳରେ ସେମାନେ ଚାରା ଲଗାଇବା ସହ ତାହାର ଧ୍ୟାନ ବି ରଖିପାରିବେ। ଗୁରୁ ନାନକ ଦେବ ସବୁବେଳେ ପ୍ରକୃତିକୁ ଭଲ ପାଉଥିଲେ। ତାଙ୍କ ୫୫୦ତମ ଜୟନ୍ତୀଠାରୁ ଏଭଳି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗୁରୁଦ୍ୱାରା କମିଟି ପକ୍ଷରୁ କୁହାଯାଇଛି।