Posted inଖେଳ

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପୂର୍ବରୁ ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପୁନିଆ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
୪୮ ବର୍ଷୀୟା ଦୀପା ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ଶଟ୍‌ପୁଟ୍‌ରେ ଏଫ୍‌୫୩ କାଟାଗୋରୀରେ ରୌପ୍ୟ ପଦକ ହାସଲ କରିଥିଲେ। ଅବସରପ୍ରାପ୍ତ ଜଷ୍ଟିସ୍‌ ମୁକୁନ୍ଦାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ ଚୟନ କମିଟି ଦୁଇଦିନ ଧରି ବୈଠକରେ ବସି ଦୀପାଙ୍କ ନାମରେ ମୋହର ମାରିଥିଲେ। ସେହିପରି ୬୫ କେ.ଜି. ବର୍ଗରେ ବିଶ୍ୱର ୧ ନମ୍ବର ରେସଲର ପୁନିଆଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।
ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱରୁ ଦୂରେଇ ରହିବା ପାଇଁ ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ତଥା ଅଲିମ୍ପିକ୍ସ ପଦକ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ୍‌ ଏହି ବୈଠକରେ ସାମିଲ ହୋଇ ନ ଥିଲେ। ତାଙ୍କର ବ୍ୟକ୍ତିଗତ କୋଚ୍‌ ଛୋଟେଲାଲ ଯାଦବ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହ ଜଡିତ ଥିବାରୁ ମେରୀକମ ଏହି ନିଷ୍ପତ୍ତି ନେଇଥିଲେ। ବଜରଙ୍ଗଙ୍କୁ ଖେଳରତ୍ନ ପୁରସ୍କାର ଦେବା ନେଇ ଅନୁଷ୍ଠିତ ଚୟନ କମିଟି ବୈଠକରେ ସେ ଯୋଗଦେଇଥିଲେ। ତେବେ ସେ ଦ୍ୱିତୀୟ ଦିନ ବୈଠକରୁ ଦୂରେଇ ରହିଥିଲେ।
ଦୀପା ପ୍ରଥମ ଭାରତୀୟ ମହିଳା ଭାବେ ପରା ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସେ ୨୦୧୬ ପାରା ଅଲିମ୍ପିକ୍ସ ଶଟ୍‌ପୁଟ୍‌ର ଏଫ୍‌ ୫୩ ବର୍ଗ ପ୍ରତିଯୋଗିତାରେ ହ୍ବିଲ୍‌ ଚେୟାରରେ ବସି ଅଂଶଗ୍ରହଣ କରିଥିଲେ। ଏଥିରେ ଜଣେ ଖେଳାଳି ତାଙ୍କର କାନ୍ଧ, ମାଂସପେଶୀ, କହୁଣି ଓ ରିଷ୍ଟ ପାଓ୍ବାରର ଉପଯୋଗ କରିଥାଏ। ୧୭ ବର୍ଷ ତଳେ ମେରୁଦଣ୍ଡ ହାଡରେ ଟ୍ୟୁମର ହେବାର କାରଣରୁ ସେ ଚାଲିବାକୁ ସକ୍ଷମ ନ ଥିଲେ। ପୂର୍ବରୁ ଦୀପା ୨୦୧୨ରେ ଅର୍ଜୁନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ଗତବର୍ଷ ଦୀପା ଜାଭେଲିନ ଓ ଡିସ୍‌କସ ଥ୍ରୋରେ ମନୋନିବେଶ କରିଥିଲେ ଓ ଏଥିରେ ଜାକର୍ତ୍ତାରେ ନୂଆ ଏସିଆନ ରେକର୍ଡ ସ୍ଥାପନ କରିଥିଲେ। ସେ ଏକମାତ୍ର ଭାରତୀୟ ମହିଳା ଭାବେ କ୍ରମାଗତ ୩ଟି ଏସିଆନ ପାରା ଗେମ୍ସ (୨୦୧୦, ୨୦୧୪ ଓ ୨୦୧୮)ରେ ପଦକ ହାସଲ କରିଥିଲେ। ୨୦୧୮ ଏସିଆନ ଗେମ୍ସରେ ସେ ଡିସକସ ଥ୍ରୋ (ଏଫ୍‌ ୫୧- ୫୨-୫୩) ଓ ଜାଭେଲିନ ଥ୍ରୋ (ଏଫ୍‌ ୫୩- ୫୪)ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଗତ ୪ ବର୍ଷରେ କ୍ରୀଡ଼ାରେ ଉତ୍କୃଷ୍ଟତା ପ୍ରଦର୍ଶନ କରି ଅନ୍ତର୍ଜାତୀୟସ୍ତରରେ ଆଖି ଦୃଶିଆ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଖେଳରତ୍ନ ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର, ସେରିମୋନିଆଲ ଡ୍ରେସ୍‌ ବା ଓପଚାରିକ ପୋଷାକ ଓ ସାଢ଼େ ୭ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।
ସ୍ବପ୍ନା ବର୍ମନଙ୍କୁ ଅର୍ଜୁନ ପୁରସ୍କାର
ଏଥିସହିତ ତାରକା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସମେତ ଦେଶର ୧୯ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ମହିଳା କ୍ରିକେଟର ପୁନମ ଯାଦବ, ଟ୍ରାକ୍‌ ଆଣ୍ଡ ଫିଲ୍ଡ ତାରକା ତେଜିନ୍ଦର ପାଲ ସିଂ ତୁର, ମହମ୍ମଦ ଆନସ ଓ ସ୍ବପ୍ନା ବର୍ମନ, ଫୁଟବଲର ଗୁରପ୍ରୀତ ସିଂ ସାନ୍ଧୁ, ହକି ଖେଳାଳି ଚିଙ୍ଗ୍ଲେନସାନା ସିଂ କାଙ୍ଗୁଜାମ ଓ ଶୁଟର ଅଞ୍ଜୁମ ମୋଦଗିଲ।
ଗତ ୪ ବର୍ଷରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ। କେବଳ ସେତିକି ନୁହଁ, ଜଣେ ଖେଳାଳି ଶୃଙ୍ଖଳିତ ହେବା ସଙ୍ଗେସଙ୍ଗେ ଖେଳଓ୍ବାଡ ମନୋଭାବ ଓ ନେତୃତ୍ୱ ନେବାର କଳା ପ୍ରଦର୍ଶନ କରିବା ମଧ୍ୟ ଏହି ପୁରସ୍କାର ପାଇଁ ଜରୁରୀ ହୋଇଥାଏ।
୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର
ଏହି କମିଟି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ୩ଜଣଙ୍କ ନାମ ମନୋନୀତ କରିଛି। ପୂର୍ବତନ ବ୍ୟାଡମିଣ୍ଟନ ତାରକା ବିମଲ କୁମାର ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପିଲାବେଳର କୋଚ୍‌ ସଞ୍ଜୟ ଭରଦ୍ୱାଜଙ୍କ ନାମ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣାଶୁଣା କୋଚ୍‌, ଯେଉଁମାନେ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ସେମାନଙ୍କୁ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ୫ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଅବସର ପରେ ମଧ୍ୟ କ୍ରୀଡ଼ାରେ ଓ ଏହାର ବିକାଶରେ ଉଲ୍ଲେଖନୀୟ ଅବଦାନ ଥିବା ପୂର୍ବତନ କ୍ରୀଡ଼ାବିତଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବାବଦକୁ ମଧ୍ୟ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri