ଦୀପିକା ପାଦୁକୋନ୍ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଦୀପିକା କପିଳ ଦେବଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଶୁଟିଂ ବ୍ୟତୀତ ଦୁହେଁ ସେଠାରେ ବୁଲାବୁଲି କରୁଥିବା ଏକ ଭିଡିଓରୁ ଜଣାପଡ଼ିଛି। ଏହି ଫଟୋରେ ଦୀପିକା ଏକ ଶାଗୁଆ ରଙ୍ଗର ଢିଲା ଡ୍ରେସ୍ ପିନ୍ଧିଛନ୍ତି। ଫ୍ୟାନ୍ମାନେ ଏହି ଫଟୋ ଦେଖି ଦୀପିକା ମାଆ ହେବାକୁ ଯାଉଥିବା ଅନୁମାନ କରୁଛନ୍ତି। ବେବି ବମ୍ପକୁ ଲୁଚାଇବାକୁ ଦୀପିକା ଏପରି ଡ୍ରେସ୍ ପିନ୍ଧିଥିବା ଫ୍ୟାନ୍ମାନେ ଅନୁମାନ ଲଗାଇଛନ୍ତି। ଏମିତିରେ ବି କିଛିଦିନ ତଳେ ଦୀପିକା ରଣବୀରଙ୍କ ଉଦ୍ଦେଶ୍ୟରେ ଏକ କ୍ୟାପଶନ୍ ଲେଖିଥିଲେ ‘ ହାୟ ଡାଡି’। ତେବେ ଏହି ଖବର କେତେ ସତ କେତେ ମିଛ ସ୍ପଷ୍ଟ ଜଣାପଡ଼ିନାହିଁ।