ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ଦୁନିଆର ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ୍‌-୨୦୧୯ରେ ସୁଖୀ ଦେଶ ତାଲିକାର ଶ୍ରେଷ୍ଠ ୩ ସ୍ଥାନରେ ଥିବା ଫିନଲାଣ୍ଡ୍‌, ଡେନମାର୍କ ଏବଂ ନରଓ୍ବେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଃଖୀ ଦେଶ ତାଲିକାର ପ୍ରଥମ ୩ ଦେଶ ଦକ୍ଷିଣ ସୁଦାନ, ସିଆର୍‌ ଆଫ୍ରିକା ଏବଂ ଆଫଗାନିସ୍ତାନ ତୁଳନାରେ ଅଧିକ ରହିଛି। କରୋନା ଓ୍ବାଲର୍‌ଡ ମିଟରରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ପ୍ରଥମ ୩ ସୁଖୀ ଦେଶରେ ୨୨ ହଜାର ୩୮୪ ଜଣ କରୋନା ସଂକ୍ରମିତ ଥିବାବେଳେ ଏସବୁ ଦେଶରେ ମୃତକଙ୍କ ମୋଟ ସଂଖ୍ୟା ୯୦୫ ରହିଛି। ଅପରପକ୍ଷରେ ପ୍ରଥମ ୩ ଦୁଃଖୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୫୮୬ ଥିବାବେଳେ ମୃତକଙ୍କ ସଂଖ୍ୟା ୭୨ ରହିଛି। ଗତ ୪ ମାସର କରୋନା ସଂକ୍ରମଣ ତଥ୍ୟରୁ ଜଣାପଡ଼ିଛି ଯେ, ସୁଖୀ ଦେଶରେ ଦୁଃଖୀ ଦେଶ ତୁଳନାରେ କରୋନା ସଂକ୍ରମଣ ହାର ୧୩ ଗୁଣା ଅଧିକ ରହିଛି। ସୁଖୀ ଦେଶ ଫିନଲାଣ୍ଡ୍‌, ଡେନମାର୍କ ଏବଂ ନରଓ୍ବେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୫୧୭୬, ୯୪୦୭ ଏବଂ ୭୮୦୧ ରହିଛି। ସେହିପରି ଏସବୁ ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୨୨୦, ୪୭୫ ଏବଂ ୨୧୦ ରହିଛି। ଅପରପକ୍ଷରେ ଦୁଃଖୀ ଦେଶ ଦକ୍ଷିଣ ସୁଦାନ, ସିଆର୍‌ ଆଫ୍ରିକା ଏବଂ ଆଫଗାନିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୪୫, ୭୨ ଏବଂ ୨୪୬୯ ରହିଛି। ସେହିପରି ଏସବୁ ଦେଶ ମଧ୍ୟରେ କେବଳ ଆଫଗାନିସ୍ତାନରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭୨ ରହିଛି। ଦକ୍ଷିଣ ସୁଦାନ ଏବଂ ସିଆର୍‌ ଆଫ୍ରିକାରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ

ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି।...

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ...

ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମ ପରୀକ୍ଷା-୨୦୨୪ର ତାରିଖ ଘୋଷଣା

କଟକ,୧୮।୯: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୪ର ତାରିଖ ଘୋଷଣା କରିଛି। ପରୀକ୍ଷା ଅକ୍ଟୋବର ୧୨, ୨୦୨୫ରେ ବାଲେଶ୍ୱର, ବ୍ରହ୍ମପୁର,...

ପୁଟିନଙ୍କ ଉପରେ ଖୁବ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି...

‘Gen-Z ବଞ୍ଚାଇବ ସମ୍ବିଧାନ’, ଦେଶରେ ନେପାଳ ଭଳି ନିଆଁ ଜାଳିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୮।୯: ଭୋଟ ଚୋରି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଠିକ ଅଛି, କିନ୍ତୁ ଏବେ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି ଯାହା କୌଣସି...

ପାକିସ୍ତାନ ସହ ବଡ ଚୁକ୍ତି କଲା ସାଉଦି, ଯୁଦ୍ଧ ହେଲେ ଭାରତ ବିରୋଧରେ…

ନୂଆଦିଲ୍ଲୀ,୧୮।୯: ସାଉଦି ଆରବ ଓ ପରମାଣୁ ଅସ୍ତ୍ରଧାରୀ ପାକିସ୍ତାନ ବୁଧବାର ‘ଷ୍ଟ୍ରାଟେଜିକ ମ୍ୟୁଚୁଆଲ ଡିଫେନ୍ସ ଏଗ୍ରିମେଣ୍ଟ’ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ଉଲ୍ଲେଖ ଅଛି ଯେ “ଯେ...

ପୁଣିଥରେ ଟିମ୍‌ ଇଣ୍ଡିଆ ପାଇଁ ଖେଳିବେ ଆର ଅଶ୍ୱିନ

ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ଅବସର ନେଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦେଖାଯିବେ। ଏଥର...

ପୁଣିଥରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, କହିଲେ ଆମେ ଭାରତର ଖୁବ ନିକଟତର

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ଏବଂ ନିଜକୁ ଭାରତର ବହୁତ ନିକଟତର ବୋଲି କହିଛନ୍ତି। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image