ବାସୁଦେବପୁର,୧୩।୭(ଡି.ଏନ୍.ଏ): ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ ଦୁଗ୍ଧ ଶୀତଳିକରଣ ଭଣ୍ଡାର ସମ୍ମୁଖରେ ଶନିବାର ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ରାତିରେ ମଧ୍ୟ ଚାଷୀମାନେ କ୍ଷୀର ଢ଼ାଳି ପ୍ରତିବାଦ ପଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ଦୁଗ୍ଧ ଶୀତଳିକରଣ ଭଣ୍ଡାର ପକ୍ଷରୁ ବିଭିନ୍ନ ସୋସାଇଟି ମାଧ୍ୟମରେ ଆମଦାନୀ କରାଯାଉଥିବା କ୍ଷୀର ଅତ୍ୟନ୍ତ ନିମ୍ନମାନର ଦର୍ଶାଇ ଏହାକୁ ବାମୁଲ ସଂସ୍ଥା ପକ୍ଷରୁ ଗ୍ରହଣ କରାଯାଇ ନ ଥିଲା। ଫଳରେ ବାମୁଲର ଏହି ନିଷ୍ପତ୍ତିକୁ ପ୍ରତିବାଦ କରି ଚାଷୀମାନେ ଏଭଳି ପକ୍ଷକ୍ଷେପ ନେଇଛନ୍ତି। ଶୀତଳିକରଣ ଭଣ୍ଡାରରେ ଚାଷୀମାନେ କ୍ଷୀର ନ ଦେଇ ତଳେ ଢ଼ାଳି ଦେଇଥିବା ଦେଖିବାକୁ ମିଳିଛି।