ଦୁର୍ନୀତି ନ କରିବାକୁ ଶପଥ ନେଲେ ଅଧିକାରୀ, କର୍ମଚାରୀ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଚଳିତ ମାସ ୨୮ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତି ନ କରିବା ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କ ଶପଥପାଠ ଆୟୋଜନ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଯାଇଥିଲା। ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ପୂର୍ବାହ୍ନରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ଓ ଘରୋଇ କ୍ଷେତ୍ର ଐକବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବା ସହିତ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକୁ ଅନୁସରଣ କରିବା ଓ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଦିଗରେ ଶପଥ କରାଇଥିଲେ। ଜୀବନରେ ସବୁ କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତାର ସହ ଜନହିତକର ସମସ୍ତ କାର୍ଯ୍ୟ କରିବା, ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏବଂ ଯେ କୌଣସି ଦୁର୍ନୀତି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ ଦୁର୍ନୀତି ନିବାରଣ ଶପଥପାଠ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସୁପକାର, ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣାଙ୍କ ସମେତ ବିଭାଗର ସମସ୍ତ ଅନୁଶାସନ ସଚିବ, ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିିତ ଥିଲେ। ଅନୁରୂପ ଭାବେ ଜିଲା ଓ ଉପଖଣ୍ଡ ସ୍ତରରେ ଥିବା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗୁଡ଼ିକରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିର୍ବାରଣ ସଚେତନତା ଶପଥପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସଫଳତା ଛୁଇଁବାରେ ପ୍ରତିବନ୍ଧକ ସାଜେନି ଶବ୍ଦ

ଭୁବନେଶ୍ୱର,୨୩ା୯ (ବନ୍ଦନା ସେଠୀ): ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଭାଷା। ଆମେ କହୁଥିବା ପ୍ରତିଟି ଶବ୍ଦକୁ ନେଇ ତିଆରି ହୁଏ...

ବନ୍ଦ ଡାକରା ପ୍ରତ୍ୟାହୃତ କରିନେଲା ବିଜେଡି, କହିଲା ଏହି ବଡ଼ କାରଣ…

ଭୁବନେଶ୍ୱର,୨୩ା୯: ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି। ଏନେଇ ବିଜେଡି ପକ୍ଷରୁ ସୋମବାର ଏକ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର-ବାନ୍ଧବୀ, ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକସେବା ଭବନରେ ଭେଟିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ। ତାଙ୍କ ସହ ତାଙ୍କ ବାପା ମଧ୍ୟ ଅଛନ୍ତି। କିଛି...

ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି...

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଯଦି ଏହି ଘଟଣା ସହ ଆଉ…

ଭୁବନେଶ୍ୱର,୨୩ା୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।...

ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍‌ ଲାଇନ୍‌ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍‌ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri