ଦୁର୍ବଳ ହେବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୧୩।୪ : ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଏହାର ପ୍ରଭାବ ସବୁ ରାଷ୍ଟ୍ରର ଅର୍ଥନୀତିକୁ ଦୋହଲାଇ ଦେଇଛି। ବିଶେଷକରି ଭାରତ ସମେତ ଦକ୍ଷିଣ ଏସିଆର ୮ ରାଷ୍ଟ୍ରର ଅର୍ଥନୈତିକ ଅବସ୍ଥା ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ସ୍ଥିତିରେ ରହିବ। ସେହିପରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଅତୀତରେ ମିଳିଥିବା ସଫଳତାକୁ କୋଭିଡ୍‌-୧୯ର କୋରଡ଼ା ମାଡ଼ ଅନେକାଂଶରେ ପୋଛିନେବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ।
କରୋନା ସଂକ୍ରମଣ ଯୋଗୁ ହେଉଥିବା ଆର୍ଥିକ କ୍ଷତି ନେଇ ସାଉଥ୍‌ ଏସିଆ ଇକୋନୋମିକ୍‌ ଫୋକସ୍‌ ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ୬ ମାସ ତଳେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ହାର ୬.୩% ରହିବ ବୋଲି ଆକଳନ କରାଯାଉଥିବାବେଳେ ଏବେ ଉକ୍ତ ରିପୋର୍ଟରେ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାନୁସାରେ ଚଳିତ ବର୍ଷ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ମାତ୍ର ୧.୮୮ ରୁ ୨.୮୮% ମଧ୍ୟରେ ସୀମିତ ରହିବ। ସର୍ବବୃହତ୍‌ ଅର୍ଥନୀତି କୁହାଯାଉଥିବା ଭାରତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୧.୫-୨.୮% ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୨୧ ମାର୍ଚ୍ଚ ଶେଷ ବେଳକୁ ୪.୮-୫% ମଧ୍ୟରେ ରହିପାରେ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କରୋନାକୁ ନେଇ ବିଶ୍ୱବ୍ୟାପୀ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ସବୁ ରାଷ୍ଟ୍ରର ଅର୍ଥନୀତି ଦୁର୍ବଳ ହୋଇଯାଇଛି। ଭାରତ ସମେତ ଶ୍ରୀଲଙ୍କା, ନେପାଳ, ଭୁଟାନ ଏବଂ ବାଂଲାଦେଶରେ ମଧ୍ୟ ଅଭିବୃଦ୍ଧି ଦୁର୍ବଳ ରହିବ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ମାଳଦ୍ୱୀପର ଅର୍ଥନୀତି ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରିବ ବୋଲି ଗତ ୭ ତାରିଖ ସୁଦ୍ଧା ମିଳିଥିବା ରିପୋର୍ଟ ଆଧାରରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହି ଆକଳନ କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ ଏହି ଦେଶଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାରରେ ପହଞ୍ଚତ୍ଛି। ତେବେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଏହା ଦକ୍ଷିଣ ଏସିଆରେ କମ୍‌ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।
ଭାରତରେ ୧୩୦ କୋଟି ଲୋକ ଲକ୍‌ଡାଉନ ମଧ୍ୟରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରୋଜଗାର ହରାଇଲେଣି। ବହୁ ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏପରି କି ବିଭିନ୍ନ ରାଜ୍ୟରେ ଫସିଥିବା ଦାଦନ ଶ୍ରମିକମାନେ ଜୀବିକା ହରାଇ ନିଜ ନିଜ ଭିଟାମାଟିକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହି ଲକ୍‌ଡାଉନ ଚଳିତ ବର୍ଷର ଅର୍ଥନୈତିକ ଅବସ୍ଥାକୁ ଦୁର୍ବଳ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥନୈତିକ କଷ୍ଟକୁ ସାମୟିକ ଭାବେ କମ୍‌ କରିବା ସକାଶେ ଅଧିକରୁ ଅଧିକ ଆର୍ଥିକ ପ୍ୟାକେଜ୍‌ ଘୋଷଣା ସହ ବେରୋଜଗାର ହୋଇଥିବା ଦେଶାନ୍ତର ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉକ୍ତ ରାଷ୍ଟ୍ରଗୁଡ଼ିକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରି କି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ଋଣ ପ୍ରଦାନ ନେଇ ଏଥିରେ ପ୍ରସ୍ତାବ ଦିଆଯାଇଛି। ଇତିମଧ୍ୟରେ ଲକ୍‌ଡାଉନ ଦ୍ୱାରା ପ୍ରଭାବିତ ହୋଇଥିବା ଲକ୍ଷଲକ୍ଷ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଭାରତ ସରକାର ୨,୩୦୦କୋଟି ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଅପରପକ୍ଷରେ ପାକିସ୍ତାନ ସରକାର ମଧ୍ୟ ୬୦୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ସଂକ୍ରମଣକୁ ରୋକିବା ଏବଂ ଲୋକଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଛି। ବିଶେଷକରି ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ସହ ଆର୍ଥିକ ସହାୟତା ଯୋଗାଇବା ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରଥମ କର୍ତ୍ତବ୍ୟ ବୋଲି ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ହାର୍ଟୱିଗ ସାଫର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri