ଦୂରଦର୍ଶୀ ଗବେଷକ

ଆମେରିକାର ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ବା ଜାତୀୟ ବିଜ୍ଞାନ ଫାଉଣ୍ଡେଶନ (ଏନ୍‌ଏସ୍‌ଏଫ୍‌) ବିଜ୍ଞାନର ଅଣ-ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଦିଗରେ ମୌଳିକ ଗବେଷଣା କ୍ଷେତ୍ରକୁ ପାଣ୍ଠି ଯୋଗାଇବାରେ ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଏନ୍‌ଏସ୍‌ଏଫ୍‌ର ବାର୍ଷିକ ବଜେଟ ହେଉଛି ୭.୪ ବିଲିୟନ ଆମେରିକୀୟ ଡଲାର। ସେଠାକାର ସିନେଟ୍‌ ୧୮ ଜୁନ୍‌ରେ ଏନ୍‌ଏସ୍‌ଏଫ୍‌ର ନିର୍ଦ୍ଦେଶକ ଭାବେ ଭାରତୀୟ-ଆମେରିକୀୟ ଡକ୍ଟର ସେଥୁରାମନ ପଞ୍ଚନାଥନ୍‌ଙ୍କ ନିଯୁକ୍ତିକୁ ମୋହର ଦେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଦକ୍ଷିଣ ଭାରତରେ ୨୪ ଜୁନ୍‌ ୧୯୬୧ରେ ଜନ୍ମିତ ପଞ୍ଚନାଥନ୍‌ ମାଡ୍ରାସର ବିବେକାନନ୍ଦ କଲେଜରୁ ୧୯୮୧ରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୪ରେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ ଇଞ୍ଜିନିୟରିଂରେ ବି.ଇ. ଡିଗ୍ରୀ ହାସଲ କରିଥିଲେ। ୧୯୮୬ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି, ମାଡ୍ରାସରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିବା ପରେ ସେ କାନାଡାର ଓଟ୍ଟାଓ୍ବା ବିଶ୍ୱବିଦ୍ୟାଳୟରୁ ୧୯୮୯ରେ ଇଲେକ୍ଟ୍ରିକାଲ ଆଣ୍ଡ୍‌ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ଗବେଷଣା କ୍ଷେତ୍ରରେ ପଞ୍ଚନାଥନ୍‌ଙ୍କ ଅନନ୍ୟ ପାରଦର୍ଶିତାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ପରଖିବା ପରେ ସେ ସେହିଠାରେ ଆସିଷ୍ଟାଣ୍ଟ ପ୍ରଫେସର ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ୧୯୯୪ରେ ଆସୋସିଏଟ୍‌ ପ୍ରଫେସରକୁ ଉନ୍ନୀତ ହୋଇଥିଲେ। ୧୯୯୭ରେ ସେ ଆମେରିକାର ଆରିଜୋନାକୁ ଚାଲିଯାଇଥିଲେ। ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି (ଏଏସ୍‌ୟୁ)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ବିଭାଗରେ ସେ ଆସୋସିଏଟ୍‌ ପ୍ରଫେସର ଭାବେ ଯୋଗ ଦେଇଥିଲେ। ୨୦୦୧ରେ ପ୍ରଫେସର ହେବା ପରେ ପଞ୍ଚନାଥନ୍‌ ସେଣ୍ଟର ଫର୍‌ କଗ୍‌ନିଟିଭ୍‌ ୟୁବିକ୍ୟୁଟସ୍‌ କମ୍ପ୍ୟୁଟିଂ (କ୍ୟୁବିକ୍‌) ବିକଶିତ କରିଥିଲେ, ଯାହା ଶାରୀରିକ ଭିନ୍ନକ୍ଷମଙ୍କ ବୈଷୟିକ ଉନ୍ନତି ଦିଗରେ ସହାୟକ ହୋଇପାରିଛି। ଏଥିସହିତ ସେ ସ୍କୁଲ ଅଫ୍‌ କମ୍ପ୍ୟୁଟିଂ ଆଣ୍ଡ୍‌ ଇନ୍‌ଫର୍ମେଟିକ୍ସ ଏବଂ ଡିପାର୍ଟମେଣ୍ଟ ଅଫ୍‌ ବାୟୋମେଡିକାଲ ଇନ୍‌ଫର୍ମେଟିକ୍ସର ନେତୃତ୍ୱ ନେଇଥିଲେ। ଗବେଷଣା ଦିଗରେ କର୍ତ୍ତବ୍ୟପରାୟଣତା ତାଙ୍କୁ ୨୦୦୯ରେ ବିଶ୍ୱବିଦ୍ୟାଳୟର ଚିଫ୍‌ ରିସର୍ଚ୍ଚ ଅଫିସର କରାଇଥିଲା। ୨୦୧୧ରେ ସେ ଏଏସ୍‌ୟୁର ଅଫିସ୍‌ ଅଫ୍‌ ନଲେଜ୍‌ ଏଣ୍ଟରପ୍ରାଇଜ୍‌ ଡେଭଲପ୍‌ମେଣ୍ଟର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ନଲେଜ୍‌ ଏଣ୍ଟରପ୍ରାଇଜ୍‌ ଗବେଷଣା କ୍ଷେତ୍ରରେ ଔଦ୍ୟୋଗିକ, ଅଭିନବତ୍ୱ, କର୍ପୋରେଟ୍‌ ଅଂଶଗ୍ରହଣ ଓ ଭାଗିଦାରି ଏବଂ ଅନ୍ତର୍ଜାତୀୟ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଦିଗରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ବିଜ୍ଞାନ ଓ ବୈଷୟିକ ବିକାଶ ଦିଗରେ ପଞ୍ଚନାଥନ୍‌ଙ୍କ ପରୀକ୍ଷାନିରୀକ୍ଷା ତାଙ୍କୁ ଏଏସ୍‌ୟୁର ଗବେଷଣା କ୍ଷେତ୍ରକୁ ଅଧିକ ସକ୍ରିୟ କରିଦେଇଛି। ଏପରି କି ରିସର୍ଚ୍ଚ କାର୍ଯ୍ୟ ଲାଗି ବିଶ୍ୱବିଦ୍ୟାଳୟର ବାର୍ଷିକ ବ୍ୟୟ ଚାରିଗୁଣା ବଢ଼ିଯାଇଛି। ଏଥିରୁ ବୁଝିହେଉଛି ଯେ, ଆମେରିକାରେ ଗବେଷଣା ଦିଗରେ ଯେଉଁ ବ୍ୟକ୍ତି କିମ୍ବା ସଂସ୍ଥା ଅନବରତ କାର୍ଯ୍ୟ କରିବାକୁ ଚାହିଁଥାଆନ୍ତି ସେମାନଙ୍କ ପ୍ରତି ବିଶ୍ୱବିଦ୍ୟାୟଗୁଡ଼ିକ ଅଧିକ ଖର୍ଚ୍ଚ କରିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ପଞ୍ଚନାଥନ୍‌ଙ୍କ ଉଦ୍ୟମ ଯୋଗୁ ଏଏସ୍‌ୟୁ ଆମେରିକାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା କ୍ଷେତ୍ରରେ ୮ମ ସ୍ଥାନ ଅଧିକାର କରିପାରିଛି। ୨୦୧୭ରେ ଏକ ବ୍ରାଜିଲିୟାନ୍‌ କଂଗ୍ରେସ ଅପ୍‌ ଇଣ୍ଡଷ୍ଟ୍ରି ଇନୋଭେଶନ ପାନେଲ ଆଲୋଚନାରେ ଅଂଶଗ୍ରହଣ କରି ପଞ୍ଚନାଥନ୍‌ ଏଏସ୍‌ୟୁ କିଭଳି ବ୍ୟବସାୟ ସହ ବିଜ୍ଞାନର କୌଶଳକୁ ଯୋଡ଼ି ଔଦ୍ୟୋଗିକ ବିକାଶ କରିବାରେ ସକ୍ଷମ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ। ଆଜିକା ସମୟରେ ନିଯୁକ୍ତିଦାତାମାନେ ଯୁବପିଢ଼ିଙ୍କ ଭିତରେ ଔଦ୍ୟୋଗିକ ବିକାଶ ଗୁଣ ଦେଖି ସେମାନଙ୍କୁ ଚୟନ କରୁଥିବାରୁ ପଞ୍ଚନାଥନ୍‌ ସେହି ସଂକ୍ରାନ୍ତ ପାଠ୍ୟକ୍ରମ ପ୍ରଣୟନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ତାହା ଅନେକଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି। ୨୨ ଅକ୍ଟୋବର ୨୦୧୯ରେ ଆମେରିକା ସିନେଟ୍‌ରେ ପଞ୍ଚନାଥନ୍‌ ଗବେଷଣା ସଂକ୍ରାନ୍ତ ତଥ୍ୟ ଆମେରିକାର ବିଜ୍ଞାନ, ସମୁଦ୍ର, ମତ୍ସ୍ୟ ଓ ପାଣିପାଗ ଆଦି ବିଭିନ୍ନ ସବ୍‌-କମିଟି ସମ୍ମୁଖରେ ତଥ୍ୟ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିରେ ସେ କହିଥିଲେ ଯେ, ଆମେରିକାରେ ଗବେଷଣା ଓ ଅଭିନବୀକରଣ ପଦକ୍ଷେପ ତାହାକୁ ବିଶ୍ୱ ଅର୍ଥନୀତିରେ ନେତୃତ୍ୱ ନେବା ସକାଶେ ପ୍ରମୁଖ ବାଟ ଦେଖାଇଆସିଛି। ପଞ୍ଚନାଥନ୍‌ଙ୍କ ଦୂରଦର୍ଶୀ ଚିନ୍ତାଧାରାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମ୍ମାନ ଜଣାଇ ୧୯ ଡିସେମ୍ବର ୨୦୧୯ରେ ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନର ନେତୃତ୍ୱ ନେବା ଲାଗି ତାଙ୍କ ନାମ ଘୋଷଣା କରିଥିଲେ। ଏହା ୧୮ ଜୁନ୍‌ ୨୦୨୦ରେ ଫଳପ୍ରସୂ ହୋଇଛି।
ଗବେଷଣା ଲାଗି ଜୀବନବ୍ୟାପୀ ପ୍ରଚେଷ୍ଟା ପଞ୍ଚନାଥନ୍‌ଙ୍କୁ ଆଜି ବିଜ୍ଞାନ ଓ ଇଞ୍ଜିନିୟରିଂ ଦୁନିଆରେ ବେଶ୍‌ ପରିଚିତ କରାଇପାରିଛି। ଏଥିସହିତ ବହୁ ବିଶ୍ୱବିଦ୍ୟାଳୟ ଓ ସଂସ୍ଥା ପକ୍ଷରୁ ଅସଂଖ୍ୟ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ମୂଳ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ତରରେ ସେ ଯେଉଁ ଖ୍ୟାତି ହାସଲ କରିଛନ୍ତି, ତାହା ନିଶ୍ଚିତ ଭାବେ ଯୁବପିଢ଼ିଙ୍କୁ ଅନେକ ପ୍ରେରଣା ଦେବ।
ପଞ୍ଚନାଥନ୍‌ଙ୍କ ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ସହଧର୍ମିଣୀ ହେଉଛନ୍ତି ମାରିକୋପା କାଉଣ୍ଟି ହସ୍‌ପିଟାଲର କ୍ଲିନିକାଲ ପେଡିଟ୍ରିସିଆନ୍‌ ଶାରଦା ସୌମ୍ୟା। ୟୁନିଭର୍ସିଟି ଅଫ୍‌ ଆରିଜୋନା କଲେଜରେ ସୌମ୍ୟା ଅତିଥି ଅଧ୍ୟାପିକା ଭାବେ ମଧ୍ୟ ପାର୍ଟଟାଇମ୍‌ କାର୍ଯ୍ୟ କରୁଛନ୍ତି। ଉଭୟଙ୍କ ଅମ୍ରିଥା ଓ ରୋଶନ ନାମରେ ଦୁଇ ସନ୍ତାନ ଅଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri