ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋମବାର ଏନେଇ ସେମାନେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସି ଏହି କଲେଜରେ ସେମାନେ ନାମ ଲେଖାଇଛନ୍ତି। କିନ୍ତୁ ରହିବା ପାଇଁ ହୋଷ୍ଟେଲରେ ସିଟ୍‌ ମିଳୁ ନ ଥିବା ଯୋଗୁ ସେମାନେ ହଇରାଣ ହେଉଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଛାତ୍ରମାନେ ଗୁହାରି କରିଛନ୍ତି ।
ପ୍ରକାଶ ଯେ, ଖଲ୍ଲିିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ପାଇଁ ଏକ ମାତ୍ର ହଷ୍ଟେଲ୍‌ ହେଲା ଆର୍‌.କେ.ହଷ୍ଟେଲ୍‌। ଜୁନିୟର୍‌ କଲେଜର ମଧ୍ୟ ଗୋଟିଏ ହଷ୍ଟେଲ୍‌ ଥିଲା, ଯେଉଁଥିରେ ପ୍ରାୟ ୩୦ ଛାତ୍ର ରହିପାରୁ ଥିଲେ। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରମାନେ ଏହି ହଷ୍ଟେଲ୍‌ରେ ରହୁଥିବା ବେଳେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଏବଂ ଯୁକ୍ତ ୩ ର ତିନି ବର୍ଷର ଛାତ୍ରମାନେ ଆର୍‌.କେ. ହଷ୍ଟେଲ୍‌ରେ ରହୁଛନ୍ତି। ଚଳିତ ଶିକ୍ଷା ବର୍ଷ ଆରମ୍ଭରେ ଯୁକ୍ତ ୨ ହଷ୍ଟେଲ୍‌କୁ ଅସୁରକ୍ଷିତ ଦର୍ଶାଇ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରମାନେ ଆର୍‌.କେ. ହଷ୍ଟେଲ୍‌ରେ ରହୁଛନ୍ତି। ହେଲେ ପ୍ରଥମ ବର୍ଷ ଛାତ୍ରଙ୍କ ରହିବା ପାଇଁ ଜାଗା ନାହିଁ। ସାଧାରଣ ଛାତ୍ରମାନେ ଘରୋଇ ମେସ୍‌ କରି ରହୁଛନ୍ତି।
କିନ୍ତୁ ଦୃଷ୍ଟିହୀନ ଛାତ୍ରମାନେ ରହିବା ପାଇଁ ହଇରାଣ ହେଉଛନ୍ତି। ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷରେ ପ୍ରାୟ ୧୦ଜଣ ଦୃଷ୍ଟିହୀନ ଛାତ୍ର ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଘର ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଆଦି ଜିଲାରେ। ଅସୁବିଧା ସମ୍ପର୍କରେ ଜାଣିବା ପରେ ମିଲଟନ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ସେମାନଙ୍କ ରହିବା ସୁବିଧା କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବା ସମ୍ଭବ ନୁହଁ । ଏ ସମ୍ପର୍କରେ ଗତ ୫ତାରିଖରେ ଦୃଷ୍ଟିହୀନ ଛାତ୍ରମାନେ ଜିଲାପାଳ କୁଲାଙ୍ଗେଙ୍କ ନିକଟରେ ଅଭିଯୋଗ କରିଥିଲେ। ହଷ୍ଟେଲ୍‌ରେ ରହିବା ବ୍ୟବସ୍ଥା କରିବା ପାଇଁ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜିଲାପାଳ କୁଲାଙ୍ଗେ ଚିଠି ଲେଖିଥିଲେ। ତଥାପି କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସୋମବାର ଦୃଷ୍ଟିହୀନ ଛାତ୍ର ତ୍ରିଲୋଚନ ବେହେରା, ମାନବ ପଣ୍ଡା, ଅଜିତ ବିଷୋୟୀ, ଶୁଭଜିତ ମଣ୍ଡଳ, ଅଜିତ ଖଣ୍ଡୁଆ ଓ ଦେବାଶିଷ ସାହୁ ପ୍ରମୁଖ ପୁଣି ଥରେ ଜିଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ ।
ସମ୍ପର୍କରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଉତ୍ତମା ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବାନୁଯାୟୀ, ଆର୍‌.କେ. ହଷ୍ଟେଲ୍‌ରେ ସମସ୍ତ ସିଟ୍‌ ଭର୍ତ୍ତି ହୋଇଯାଇଛି। ଆଉ ଜାଗା ନାହିଁ ।
ଜୁନିୟର୍‌ କଲେଜ ହଷ୍ଟେଲ୍‌କୁ ବନ୍ଦ କରି ଦିଆଯାଇଥିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତଥାପି ଛାତ୍ରଙ୍କ ଅଭିଯୋଗର ବିଚାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri