Posted inଖେଳ

ଦେଓଧର ଟ୍ରଫି: ଫାଇନାଲରେ ଭାରତ ସି’ : ମୟଙ୍କ, ଶୁବମନଙ୍କ ଶତକ

ରାଞ୍ଚି,୨।୧୧(ପି.ଟି.)- ଦୁଇ ଓପନର ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲଙ୍କ ଦମ୍‌ଦାର ଶତକୀୟ ପାଳି ଓ ଅଫ୍‌ ସ୍ପିନର ଜଲାଜ ସାକସେନାଙ୍କ ୭ ଉଇକେଟ ସଫଳତା ସହାୟତାରେ ଭାରତ ସି ୨୩୨ ରନରେ ଭାରତ ଏ’କୁ ପରାସ୍ତ କରି ୪ ପଏଣ୍ଟ ହାସଲ କରି ଦେଓଧର ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଭାରତ ସି ଓ ଭାରତ ବି ସୋମବାର ପରସ୍ପରକୁ ଭେଟିବେ। ତେବେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଏହି ଦୁଇ ଦଳ ଶନିବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ମୁହଁାମୁହିଁ ହେବେ।
ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ)ର ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ସି ସମ୍ମୁଖରେ ଭାରତ ଏ ସମ୍ପୂର୍ଣ୍ଣରୂପେ ଆତ୍ମସମର୍ପଣ କରିଥିଲା। ଟସ୍‌ ଜିତି ଭାରତ ସି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩ ଉଇକେଟ ହରାଇ ୩୬୬ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ହନୁମା ବିହାରୀଙ୍କ ନେତୃତ୍ୱାଧୀନ ଭାରତ ଏ ସାକସେନାଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୯.୫ ଓଭରରେ ୧୩୪ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏଥିସହିତ କ୍ରମାଗତ ଦୁଇଟି ପରାଜୟ ବରଣ କରି ଭାରତ ଏ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ପୂର୍ବରୁ ଭାରତ ଏ ବାକି ଦୁଇ ଦଳଠାରୁ ପରାସ୍ତ ହୋଇଛି।
୩୬୭ ବୃହତ୍‌ ଟାର୍ଗେଟର ପିଛା କରି ଭାରତ ଏ’ ୧୭ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ଏ’ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ କୌଣସି ବଡ଼ ପାର୍ଟନରଶିପ୍‌ କରିବାରେ ବିଫଳ ହୋଇଥିଲା। ଫଳରେ ଦଳର ବ୍ୟାଟିଂ ସାଂଘାତିକ ଭାବେ ବିଫଳ ହୋଇଥିଲା। ଓପନର ଦେବଦୂତ ପଡିକାଲ ସର୍ବାଧିକ ୩୧, ଭାର୍ଗଭ ମେରାଇ ୩୦, ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୨୫, ଓପନର ବିଷ୍ଣୁ ବିନୋଦ ୧୨, ସିଦ୍ଧାର୍ଥ କାଉଲ ୧୭ ଓ ରବି ବିଷ୍ଣୋଇ ୧୩ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଜଲାଜ ସାକସେନା ସର୍ବାଧିକ ୭ ଉଇକେଟ ଅକ୍ତିଆର କରିଥିବା ବେଳେ ଇଶାନ ପୋରେଲ ୨ ଓ ଧବଲ କୁଲକର୍ନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସି ପକ୍ଷରୁ ଅଧିନାୟକ ଶୁବମନ ୧୪୨ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୬ ଛକା ସହ ୧୪୩ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ମୟଙ୍କ ୧୧୧ଟି ବଲ ଖେଳି ୧୫ ଚୌକା ଓ ୧ ଛକା ସହ ୧୨୦ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ସେହିପରି ପ୍ରିୟମ ଗର୍ଗ ୧୬ ରନ କରି ଆଉଟ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୭୨ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୫ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଶୁବମନ ଓ ମୟଙ୍କ ୨୨୬ ରନର ପାର୍ଟନରଶିପ୍‌ ସ୍ଥାପନ କରିଥିଲେ। ବିହାରୀ ମୟଙ୍କଙ୍କୁ ଆଉଟ୍‌ କରି ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ। ସେହିପରି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁବମନଙ୍କୁ ଆଉଟ କରିଥିଲେ। ବୋଲିଂରେ ଭାରତ ଏ ତରଫରୁ ବିହାରୀ, ଅଶ୍ୱିନ ଓ ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ସି- ୫୦ ଓଭରରେ ୩୬୬/୩
(ଶୁବମନ- ୧୪୩, ମୟଙ୍କ- ୧୨୦, ବିହାରୀ- ୧/୪୮, ଅଶ୍ୱିନ- ୧/ ୫୭, ବିଷ୍ଣୋଇ- ୧/୬୩)।
ଭାରତ ଏ- ୨୯.୫ ଓଭରରେ ୧୩୪
(ପଡିକାଲ- ୩୧, ମେରାଇ- ୩୦, ଇଶାନ ୨୫, ସାକସେନା- ୭/୪୧, ପୋରେଲ- ୨/୧୨, କୁଲକର୍ନୀ- ୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri