ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ ଶେଷ ଲଢେଇ କରି ଗୁଳିରେ ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ତାଙ୍କ ତ୍ୟାଗ, ଦେଶଭକ୍ତି ଓ ସଂଘର୍ଷମୟ ଜୀବନ ଯୁବପିଢି ପାଇଁ ଯୁଗେ ଯୁଗେ ପ୍ରେରଣା ହୋଇରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ବଳିଷ୍ଠ ଭାରତ ଗଠନ ସମ୍ଭବ ହେବ ବୋଲି ସୋମବାର ଚଷାଖଣ୍ଡସ୍ଥିତ ଦେଶୁଆଁପୋଖରୀ ଠାରେ ଆୟୋଜିତ ବାଘାଯତୀନଙ୍କ ୧୦୪ତମ ବଳିଦାନ ଦିବସରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଦୁଇଦିନ ବ୍ୟାପୀ ପାଳନ ହେବାକୁ ଥିବା ଶହୀଦ ସ୍ମୃତି ସମାରୋହର ପ୍ରଥମ ଦିବସରେ ବାଲେଶ୍ୱରର ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା। ପରିଷଦର ସଭାପତି ତଥା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅତିଥି ଭାବେ ଯୋଗଦେଇ ଶହୀଦ ବାଘାଯତୀନଙ୍କ ଜୀବନୀ ଉପରେ ଆଲୋକପାତ କରି ଶହୀଦ ପୀଠର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱାରୋପ କରିଥିଲେ। ୨୫ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ଉପସ୍ଥିତି ଓ ସେମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପରିବେଶକୁ ଭାବପୂର୍ଣ୍ଣ ଓ ଉତ୍ସବମୁଖର କରିଥିଲା। ପଶ୍ଚିମବଙ୍ଗ ଚଟ୍ଟଗ୍ରାମରୁ ଆସୁଥିବା ଶୋଭାଯାତ୍ରା ଦଳ ମଙ୍ଗଳବାର ଏଠାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।
ବଳିଦାନ ଦିବସ ସ୍ମୃତିସଭାରେ ଆଇନ୍‌ଜୀବୀ ମନୋଜ ନାୟକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପରିଷଦର ସମ୍ପାଦକ ସର୍ବେଶ୍ୱର ମହାନ୍ତି ପରିଷଦ ତଥା ସ୍ମୃତିପୀଠର ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି ମଞ୍ଚ ସଞ୍ଚାଳନରେ ସହଯୋଗ କରିଥିଲେ। ଅଖିଳ ଭାରତୀୟ ସ୍ବତନ୍ତ୍ର ସେନାନୀ ପରିବାର କଲ୍ୟାଣ ପରିଷଦର ସଭାପତି ନିତ୍ୟାନନ୍ଦ ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତବର୍ଷ ସ୍ବାଧୀନତା ସଂଗ୍ରାମ ଇତିହାସର ଗାଥା, ଗୌରବକୁ ବଳିଷ୍ଠ କରିଥିବା ବାଘାଯତୀନଙ୍କ ଆଦର୍ଶ ଅନୁକରଣୀୟ ବୋଲି କହିଥିଲେ। ଚଟ୍ଟଗ୍ରାମ ସ୍ମୃତି ପରିଷଦର ସଭାପତି ସରୋଜ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଘାଯତୀନ ଓ ତାଙ୍କ ଅନ୍ୟ ଚାରିଜଣ ସହଯୋଗୀଙ୍କ ବୀରତ୍ୱର କାହାଣୀ ଅବତାରଣା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚଷାଖଣ୍ଡ ଶହୀଦପୀଠରେ ଏହି ଶହୀଦମାନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ସେ ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ। ବାଲେଶ୍ୱର ସଦର ତହସିଲଦାର ପଞ୍ଚାନନ ପାତ୍ର, ରେମୁଣା ତହସିଲଦାର ସଞ୍ଜୟ ରାଉତ, ପୂର୍ବତନ ବିଧାୟକ ଅରୁଣ ଦେ, ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ ଯେନା ପ୍ରମୁଖ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିବା ସହିତ ସ୍ମୃତିପୀଠର ବିକାଶ ନେଇ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଶାମତ୍ବୋଧକ ବକ୍ତୃତା, ପ୍ରତିଯୋଗିତା, ସଙ୍ଗୀତ, ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ କାଳିଚରଣ ଲେଙ୍କା, ଆଶୁକବି ସର୍ବେଶ୍ୱର ଦାସ, ଶିକ୍ଷାବିତ୍‌ ଜୟନ୍ତ ପାଣିଗ୍ରାହୀ, ବାଗ୍ମୀଦେବୀ ଭଟ୍ଟାଚାର୍ଯ୍ୟ, ଅନୁରାଗ ବାସୁ, ରାଜଶ୍ରୀ ପଣ୍ଡା ବିଚାରକ ଭାବେ ଯୋଗଦେଇଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ଜୟନ୍ତୀ ପଣ୍ଡା, ଶ୍ରୀକାନ୍ତ ବୁଗୁଡ଼ାଇ, ସୁଦର୍ଶନ ଭୂୟାଁ, ଶ୍ରୀକାନ୍ତ ବାଗ୍‌, ସରୋଜ ଗୋଚ୍ଛାୟତ, ମାହେଶ୍ୱରୀ ମହାନ୍ତି, ସ୍ନେହଲତା ଦାସ, ସୋନାଲି ପଣ୍ଡା, ଉପେନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ନାୟକ, ପ୍ରଫୁଲ ବେହେରା, ଅଜିତ୍‌ ବରାଳ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପରିଷଦର ଉପଦେଷ୍ଟା ଅନନ୍ତ ବିଶ୍ୱାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

ଖୁସି ଖବର:ଆଜି ନିଯୁକ୍ତି ପାଇବେ ୧୬ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୫ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬ହଜାର ୯ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

ସୃଷ୍ଟିହେଲା ଲଘୁଚାପ: ମା’ଙ୍କ ଆଗମନରେ ଭିଜିପାରେ ଓଡ଼ିଶା

ଭୁବନେଶ୍ୱର,୪।୧୦: ଉତ୍ତର ବଙ୍ଗୋପସାଗରରେ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ...

ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ

ଦାରିଙ୍ଗବାଡି,୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିରେ ଶାରଦୀୟ ଛୁଟି ପାଇଁ ପ୍ରବଳ ଭିଡ଼ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri