Posted inଜାତୀୟ

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭। ଉକ୍ତ ରିପୋର୍ଟ ଅନୁସାରେ ୨୦୧୭ରେ ମୋଟ ୩,୫୯,୮୪୯ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୩.୩୮ ଲକ୍ଷ ଥିବାବେଳେ ୨୦୧୫ରେ ଥିଲା ୩.୨ ଲକ୍ଷ। ଅର୍ଥାତ୍‌ ମହିଳାଙ୍କୁ ବଳାତ୍କାର, ହତ୍ୟା, ଅପହରଣ, ଯୌତୁକ ନିର୍ଯାତନା, ଏସିଡ୍‌ ଆକ୍ରମଣ ଓ ଆମତ୍ହତ୍ୟା ପାଇଁ ଉସୁକାଇବା ଭଳି ଜଘନ୍ୟ କାଣ୍ଡ ଦେଶରେ ବଢ଼ିବାରେ ଲାଗିଛି। ୨୦୧୭ରେ ରୁଜୁ ହୋଇଥିବା ମୋଟ ବଳାତ୍କାର ମାମଲା ସଂଖ୍ୟା ହେଉଛି ୩୨,୫୫୯। ସେଥିରୁ ୯୩.୧% ମାମଲାରେ ପୀଡ଼ିତା ନିଜ ବନ୍ଧୁ ସମ୍ପର୍କୀୟ, ପରିବାର ସଦସ୍ୟଙ୍କ ଭଳି ଜଣାଶୁଣା ଲୋକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ୨୦୧୯ ଶେଷ ହେବାକୁ ଯାଉଥିବାବେଳେ ଚଳିତ ବର୍ଷର ଅପରାଧ ପରିସଂଖ୍ୟାନ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବାକୁ ହୁଏତ ଆଉ ଦୁଇବର୍ଷ ଲାଗିଯାଇପାରେ। ତେବେ ସମ୍ପ୍ରତି ଘଟୁଥିବା ମହିଳା ବିରୋଧୀ ଅପରାଧ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି।
୨୦୧୨ ଡିସେମ୍ବର ୧୬। ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ପାରା ମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଗଣବଳାତ୍କାର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ସେବେଠୁ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ଅନେକ ଆଇନ ପ୍ରଣୟନ ହେଲାଣି। ହେଲେ ସେହି ଛାତିଥରା ଘଟଣାର ୭ ବର୍ଷ ପରେ ବି ଦଣ୍ଡ ପାଇନାହାନ୍ତି ନିର୍ଭୟାଙ୍କ ଦୋଷୀ। ସମ୍ଭବତଃ ଏଇଥିପାଇଁ ଦେଶରେ ଲଜ୍ଜା ଥମୁନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି। ବୁଧବାର ରାତିରେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ପରେ ହତ୍ୟା ଓ ତାଙ୍କ ମୃତଦେହକୁ ପୋଡ଼ିଦିଆଯିବା ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାସହ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଳାତ୍କାର ମାମଲା।
କୋଏମ୍ବାଟୁରସ୍ଥିତ ଈଶ୍ୱର ନଗର ପାର୍କରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ୧୭ତମ ଜନ୍ମଦିନରେ ତାଙ୍କର ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଏଭଳି ବର୍ବରତାର ସୀମା ଲଂଘିଛନ୍ତି। କେବଳ ଏତିକି ନୁହେଁ, ବଳାତ୍କାର ବେଳ ଦୃଶ୍ୟର ଭିଡିଓ ଶୁଟିଂ କରିବାକୁ ମଧ୍ୟ ପଛାଇ ନାହାନ୍ତି। ନଭେମ୍ବର ୨୬ରେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗତ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ବୟସ ୨୨ରୁ ୩୦ ବର୍ଷ ମଧ୍ୟରେ। ସେହିପରି ରାଜସ୍ଥାନସ୍ଥିତ ଟୋଙ୍କ୍‌ ଜିଲାର ଜଣେ ୬ ବର୍ଷର ଝିଅ ଶନିବାର ନିଖୋଜ ହୋଇଯାଇଥିଲେ। ରବିବାର ତାଙ୍କର ମୃତଦେହ ମିଳିଛି। କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବା ପାଇଁ ଯାଇଥିବା ଛାତ୍ରୀଙ୍କୁ ବଳାତ୍କାର ପରେ ତାଙ୍କ ସ୍କୁଲ ବେଲ୍ଟରେ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳକୁ କେତେକ ମଦ ବୋତଲ ଓ ସ୍ନାକ୍ସ୍‌ ଜବତ କରିଛି। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ସେହିପରି ଦିଲ୍ଲୀର ଗୁଲାବୀ ବାଗ୍‌ରେ ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିବା ପରେ ତଣ୍ଟିଚିପି ହତ୍ୟା କରିଛନ୍ତି। ୨୨ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ସେ ଏକ ପୂଜା ସାମଗ୍ରୀ ଦୋକାନ ଦେଇଥିଲେ। ଯୁବକଙ୍କ ସହ ତାଙ୍କର ବିବାଦ ହେବାରୁ ମହିଳା ତାଙ୍କ ମୁହଁରେ ଛେପ ପକାଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ମହିଳାଙ୍କୁ ବଳାତ୍କାର କରି ଶେଷରେ ଜୀବନ ନେଇଯାଇଥିବା ଡେପୁଟି ପୋଲିସ କମିଶନର (ଉତ୍ତର) ମୋନିକା ଭରଦ୍ୱାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri