ଦେଶରେ ଦରମା ସମସ୍ୟା ରହିଛି: ପାଇ

ବେଙ୍ଗାଲୁରୁ,୧୭-୬: ଭାରତରେ ନିଯୁକ୍ତିର ସମସ୍ୟା ନାହିଁ, ବରଂ ଦରମା ସମସ୍ୟା ରହିଛି ବୋଲି ଇନ୍‌ଫୋସିସ୍‌ର ପୂର୍ବତନ ସିଏଫଓ ତଥା ଶୀର୍ଷ ନିବେଶକ ଟି.ଭି.ମୋହନଦାସ ପାଇ କହିଛନ୍ତି। ତାଙ୍କ ମତରେ ଦେଶରେ କମ୍‌ ଆୟ ହେଉଥିବା ନିଯୁକ୍ତି ସୃଷ୍ଟି ହେଉଛି, ଯାହାକୁ ଡିଗ୍ରୀଧାରୀ ଚାହୁଁନାହାନ୍ତି। ଦେଶରେ ପ୍ରକାଶ ପାଇଥିବା ବେକାରି ତଥ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ମିଡିଆ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ଦେଶରେ ଭଲ ଚାକିରି ସୁଯୋଗ ସୃଷ୍ଟି ହେଉନାହିଁ। ୧୦-୧୫ ହଜାର ଟଙ୍କାର ଚାକିରି ସଂଖ୍ୟା ଅଧିକ। ଏହା ଡିଗ୍ରୀଧାରୀଙ୍କୁ ଆକର୍ଷିତ କରୁନାହିଁ। ସେ କହିଛନ୍ତି ଯେ, ଭାରତରେ ମଜୁରି ସମସ୍ୟା ରହିଛି, କାମ ସମସ୍ୟା ନାହିଁ। ଏହାଛଡ଼ା ଆଞ୍ଚଳିକ ତଥା ଭୌଗୋଳିକ ସମସ୍ୟା ମଧ୍ୟ ରହିଛି ବୋଲି ପାଇ ମତପ୍ରକାଶ କରିଛନ୍ତି। ଚାଇନା ଭଳି ଭାରତରେ ଶ୍ରମ ପ୍ରଧାନ ଉଦ୍ୟୋଗ ଆରମ୍ଭ ହେବା ଆବଶ୍ୟକ ଏବଂ ବନ୍ଦର ନିକଟରେ ଭିତ୍ତିଭୂମି ନିର୍ମାଣ ହେବା ଉଚିତ୍‌ ବୋଲି ସେ ପରାମର୍ଶ ଦେଇ କହିଛନ୍ତି। ନିଯୁକ୍ତି ପାଇବା ଲାଗି ଆଗ୍ରହୀ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବାକୁ ହେଲେ ହାଇଟେକ ଗବେଷଣା ଏବଂ ଉନ୍ନୟନ ଦିଗରେ ଅଧିକ ନିବେଶ କରିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚାଇନାର ଉଦାହରଣ ଦେଇ ସେ କହିଛନ୍ତି ଯେ, ପଡ଼ୋଶୀ ଦେଶ ଶ୍ରମ ପ୍ରଧାନ ଉଦ୍ୟୋଗ ସ୍ଥାପନ କରି ବିଦେଶୀଙ୍କୁ ସେମାନଙ୍କ ଶ୍ରମର ବ୍ୟବହାର କରିବାକୁ ନିମନ୍ତ୍ରଣ କଲା। ଅନ୍ୟପକ୍ଷରେ ଭାରତ ଏଥିପ୍ରତି ଗୁରୁତ୍ୱ ଦେଲା ନାହିଁ। ଏ ଦିଗରେ ଆମର ଠିକ୍‌ ନୀତି ନାହିଁ ବୋଲି ପାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri