ନୂଆଦିଲ୍ଲୀ,୧୮।୯ : ଦେଶରେ ୧୯୯ ନୂଆ ଜେଲ୍ ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ସ୍ଥାନର ଅଭାବ ଯୋଗୁ ବିଭିନ୍ନ ଜେଲ୍ରେ ଆବଶ୍ୟକତା ଅନୁସାରେ ଅଧିକ ସଂଖ୍ୟକ କଏଦୀ ରହୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ଜେଲ୍ରେ ଭିଡ଼ ହେଉଥିବାରୁ ନାନା ପ୍ରକାର ଅପରାଧ ଘଟୁଛି। ତେଣୁ ଏସବୁ ସମସ୍ୟାକୁ ଦୂର କରିବା ସହିତ କଏଦୀଙ୍କ ସୁରକ୍ଷାକୁ ନିଶ୍ଚିତ କରାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ୧୫୭୨ ନୂଆ ବାରାକ୍ ଏବଂ ଜେଲ୍ କର୍ମଚାରୀଙ୍କ ପାଇଁ ୮୫୬୮ ବାସଗୃହ ନିର୍ମାଣ ହେବ। ନୂଆ ଜେଲ୍ ନିର୍ମାଣ ଲାଗି ୧୮ ଶହ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ ହେବ।