ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲା ତାଲିକାରେ ଖୋର୍ଦ୍ଧା

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୧୬ା୪: ଭାରତର ୧୭୦ଟି ଜିଲାକୁ କରୋନା ହଟ୍‌ସ୍ପଟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏଥିରେ ରହିଛି ଓଡ଼ିଶାର ଖୋର୍ଦ୍ଧା ଜିଲା। ଏଥିସହିତ ୨୦୭ଟି ଜିଲାକୁ ଅଣହଟ୍‌ସ୍ପଟ ତାଲିକାରେ ରଖାଯାଇଛି। ଅଣହଟ୍‌ସ୍ପଟ ଜିଲା ମଧ୍ୟରେ ଓଡ଼ିଶାର ୭ଟି ଜିଲା- କଟକ, ଯାଜପୁର, କଳାହାଣ୍ଡି, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼ ରହିଛି। ସେହିପରି କ୍ଲଷ୍ଟର ହଟ୍‌ସ୍ପଟ ଜିଲା ତାଲିକାରେ ଓଡ଼ିଶାର ଭଦ୍ରକ ରହିଛି। ହଟସ୍ପଟର ନିଷିଦ୍ଧାଞ୍ଚଳଗୁଡ଼ିକରେ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରିବେ। ସେମାନେ ଘରକୁ ଘର ଯାଇ ସର୍ଭେ କରିବା ସହ କୋଭିଡ୍‌-୧୯ ଓ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗ ସମ୍ପର୍କରେ ନମୁନା ପରୀକ୍ଷା କରିବେ। ହଟ୍‌ ଜୋନ୍‌ରେ ଆଗାମୀ ୨୮ ଦିନ ପର୍ଯ୍ୟନ୍ତ କଟକଣା ଜାରି ରହିବ। ଉକ୍ତ ଅଞ୍ଚଳର ସମସ୍ତ କରୋନା ରୋଗୀ ଭଲ ହେବା ଏବଂ ନୂଆ ରୋଗୀ ଚିହ୍ନଟ ନ ହେବା ପର୍ଯ୍ୟନ୍ତ କଟକଣା କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ହଟ୍‌ସ୍ପଟ (ରେଡ୍‌ ଜୋନ୍‌)ର ପରିଧି ୩ କିଲୋମିଟର ହେବାକୁ ଥିବାବେଳେ ବଫର ଜୋନ୍‌ (ଅରେଞ୍ଜ ଜୋନ୍‌) ପରିଧି ୭ କିଲୋମିଟର ରହିବ। ସଂକ୍ରମଣର କେନ୍ଦ୍ରସ୍ଥଳ ସମ୍ପର୍କରେ ରାଜ୍ୟ ଓ ଜିଲା ପ୍ରଶାସନ ନିଷ୍ପତ୍ତି ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଗୋଷ୍ଠୀ ସଂକ୍ରମଣ ରୂପ ନେଇନାହିଁ। ସଂକ୍ରମଣ ରୋକିବା ଓ ଶୃଙ୍ଖଳ ଭାଙ୍ଗିବା ଲାଗି ସାମୂହିକ ଉଦ୍ୟମ ଆବଶ୍ୟକ। ଲକ୍‌ଡାଉନ ବେଳେ ପ୍ରତିଶେଧକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଯୁଗ୍ମ ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

ହାଇଦ୍ରାବାଦ, ୨୪।୯: ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ...

ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା

ଲକ୍ଷ୍ନୌ,୨୪ା୯: ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ୬ ବର୍ଷର ଝିଅଙ୍କୁ ଜଣେ ଯୁବକ ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ ପଲ ଯୋଗୁ ନାବାଳିକା ଜଣକ ବର୍ତ୍ତିଯାଇଛନ୍ତି। ଗତ...

ବଣାଇଁରେ ନାବାଳିକା କୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଘଟଣା: ୧୮ ଦିନ ପରେ ପୋଲିସ ହାତରେ ଅଭିଯୁକ୍ତ

ବଣାଇଁ, ୨୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଜିକୁ ଅଠର ଦିନ ତଳେ ଅର୍ଥାତ ଚଳିତ ମାସ ୬ ତାରିଖ ଦିନ ଘଟିଥିବା...

୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର: ୨୪,୧୬୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୪।୯: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି...

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୪।୯: ଚଳିତ ସେପ୍ଟେମ୍ବରରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ...

ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri