ମୁମ୍ବାଇ,୨୬।୧: ଏବେ ଅଧିକ ଲୋକେ ଜଙ୍କ୍ ଫୁଡ୍କୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ କୌଣସି ଝନ୍ଝଟ ନାହିଁ। ପ୍ୟାକ୍ରେ ଖାଦ୍ୟ ସହଜରେ ଖାଇ ହେଉଛି। ତେବେ ମୁମ୍ବାଇର ରୋଶନୀ ନାମକ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜେ ପ୍ରସ୍ତୁତ କରୁଥିବା ଦେଶୀ ଖାଦ୍ୟ ଦ୍ୱାରା ଏବେ ଲୋକଙ୍କ ମଧ୍ୟରେ ନୂଆ ସଚେତନତା ସୃଷ୍ଟି କରିଛନ୍ତି। ସେ ଦେଶୀ ଖାଦ୍ୟ ବିକ୍ରି କରି ବର୍ଷକୁ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଗତ ବର୍ଷ ସେ ବାନ୍ଦ୍ରାଠାରେ ହୋଇଥିବା ମେଳାରେ ୧୭ ଲକ୍ଷ ଟଙ୍କାର କାରବାର କରିଥିଲେ। ରୋଶନୀ ପାଲଘରର ଭୁଇର ଗାଁର ବାସିନ୍ଦା। ପରିବାରର ଆର୍ଥିକ ସମସ୍ୟା ସୁଦାରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। କାରବାର ଭଲ ଚାଲିବାରୁ ତାଙ୍କ ସ୍ବାମୀ ମଧ୍ୟ ଚାକିରି ଛାଡ଼ି ରୋଶନୀଙ୍କ ସହିତ ମିଶି କାମ ଆରମ୍ଭ କରିଥିଲେ। ଏବେ ଦୁହେଁ ୫୦ରୁ ଅଧିକ ପାରମ୍ପରିକ ଦେଶୀ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।