କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି। ସ୍ଥାନୀୟ ତୁବତୁପୁଝା ଗାଁରେ ଏହି ଦୋକାନ ରହିଛି। ଦୋକାନ ମାଲିକ ପାରିଦ ଇଂଲିଶ୍ ଶବ୍ଦକୋଷରୁ ଏହି ନାମ ପାଇଥିଲେ। କିନ୍ତୁ ସେ କେବେ ମଧ୍ୟ ଭାବି ନ ଥିଲେ ଦିନେ ତାଙ୍କ ଦୋକାନ ନାମ ଥିବା ଭୂତାଣୁ ପୃଥିବୀରେ ଆତଙ୍କ ସୃଷ୍ଟି କରିବ ବୋଲି। କରୋନା ସଂକ୍ରମଣ ପରେ ଏବେ ବହୁ ଲୋକ ପାରିଦଙ୍କ କପଡ଼ା ଦୋକାନ ପାଖକୁ ଆସି ସେଲଫି ନେଉଛନ୍ତି। ରାସ୍ତାରେ ଯିବା ଆସିବା ସମୟରେ କେହି କେହି ଗାଡ଼ି ଅଟକାଇ ଦୋକାନକୁ କିଛି ସମୟ ଅନାଇ ରହୁଛନ୍ତି। ଏବେ ପାରିଦଙ୍କ ଦୋକାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।