ବ୍ରହ୍ମପୁର ଅଫିସ,୨୭।୧୧-ହଲାଦିଆପଦରରୁ ଘରୋଇବସ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଂଘର ବନ୍ଦ ଡାକରା ବୁଧବାର ଦିତୀୟ ଦିନରେ ପହଞ୍ଚିଛି। ବସ୍ ବନ୍ଦ ଯୋଗୁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ବୁଧବାର ସକାଳୁ ମଧ୍ୟ ସିଟିବସ ଷ୍ଟାଣ୍ଡ ନିକଟରେ ଶହ ଶହ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଅପେକ୍ଷା କରିଥିଲେ। ଅନ୍ୟପକ୍ଷରେ ପରିସ୍ଥିତର ମୁକାବିଲା କରିବା ତଥା ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଯାତ୍ରୀଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଶହଶହ ଟଙ୍କା ଖଚ୍ଚର୍ର୍ କରି ଅଟୋରେ ଯାଉଥିବା ଅଭିଯୋଗ ହୋଇଛି।