ଧନୁର୍ଜୟପୁର, ବାଙ୍ଗର ପଞ୍ଚାୟତରେ ପ୍ରବାସୀଙ୍କ ଲାଗି ୨ ଆଇସୋଲେଶନ କେନ୍ଦ୍ର ପ୍ରସ୍ତୁତ

ହାଟଡିହୀ,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଙ୍ଗଲ ପାହାଡ଼ ଘେରାରେ ଧନୁର୍ଜୟପୁର ପଞ୍ଚାୟତ ଅଧୀନରେ ୧୨ଟି ଏବଂ ବାଙ୍ଗର ଅଧୀନରେ ୧୨ଟି ୱାର୍ଡ ରହିଛି। ଏହି ପଞ୍ଚାୟତରେ ଶତକଡା ୭୦ଭାଗ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। କରୋନା ମୁକାବିଲା ଲାଗି ଉଭୟ ପଞ୍ଚାୟତ ପକ୍ଷରୁ କୁଶଟିକିରି ଓ ବାଙ୍ଗର ସ୍କୁଲଠାରେ ୫୦ ଶଯ୍ୟା ବିଶିଷ୍ଟ ୨ଟି ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ଉଭୟ ପଞ୍ଚାୟତରେ ପ୍ରାୟ ୪୦୦ ଲୋକ ବାହାର ରାଜ୍ୟରେ ଥିବା ନାମ ପଞ୍ଜୀକରଣ କରିଛନ୍ତି। ଆଗକୁ ଶଯ୍ୟା ସଂଖ୍ୟା ଆହୁରି ଶହେକୁ ବୃଦ୍ଧି କରାଯିବ ବୋଲି ସରପଞ୍ଚ ଅନ୍ନପୂର୍ଣ୍ଣା ରାଉତ ଓ ସୁପ୍ରଭା ରାଉତ କହିଛନ୍ତି। ପଞ୍ଚାୟତ ପକ୍ଷରୁ ୧୨୦ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରତିଦିନ ଦିଆଯାଉଛି। ରାଶନ କାର୍ଡ, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ପଞ୍ଚାୟତର ଜିଆରଏସ୍‌ ବିନୟ ମଲିକ ଓ ଜୀନତ ଖାତୁନ,ଜେଇ ପ୍ରଶାନ୍ତ ପଣ୍ଡା ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ସମିତି ସଭ୍ୟା କନକକାନ୍ତି ରାଉତ, ସମିତି ସଭ୍ୟ ବିବେକାନନ୍ଦ ରାଉତ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରୁଛନ୍ତି। ଏଥିସହ ବହୁ ଗରିବ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି। ଅପରପକ୍ଷେ ଯୁବ ସାମାଜିକ କର୍ମୀ ବିଶ୍ୱଜିତ ରାଉତ ୨୦୦ରୁ ଊର୍ଦ୍ଧ୍ୱ ପରିବାରକୁ ସାବୁନ, ମାସ୍କ, ଚୁଡା, ଗୁଡ଼,ଚାଉଳ, ଡାଲି, ଆଳୁ, ଲୁଣ, ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ପମ୍ବନ ସେତୁ ଉଦ୍‌ଘାଟନ କରି କହିଲେ ଦେଶବାସୀଙ୍କ ପାଇଁ ଏହା…

ନୂଆଦିଲ୍ଲୀ,୬ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍‌ ରାମନବମୀର ଅବସରରେ ତାମିଲନାଡୁର ରାମେଶ୍ୱରମରେ ଐତିହାସିକ ନୂତନ ପାମ୍ବନ ସେତୁ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ହେଉଛି...

‘ନବୀନ ଏବେ ବି ଗୃହବନ୍ଦୀ’

ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍‌ ବିଲ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବ...

ଥାର୍ଡ AC ଟିକେଟରେ ଫାଷ୍ଟ ACରେ କରନ୍ତୁ ଯାତ୍ରା! ରେଳବାଇର ଏହି ନିୟମ ଜାଣିନେଲେ ହେବେ ଉପକୃତ…

ନୂଆଦିଲ୍ଲୀ,୬।୪: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଅଧିକାଂଶ ଯାତ୍ରୀ ଏସି କିମ୍ବା ସ୍ଲିପର କୋଚରେ ଟିକେଟ ବୁକ୍‌ କରି ଯାତ୍ରା...

ଅଫିସ ନା ଜେଲ୍‌? ଏଠାରେ କର୍ମଚାରୀଙ୍କୁ ମିଳିଥାଏ ଏମିତି ଦଣ୍ଡ, ଜାଣିଲେ…

ଯେକୌଣସି କମ୍ପାନୀରେ କାମ କରିବା ପାଇଁ କର୍ମଚାରୀଙ୍କୁ ଏପରି ଏକ ପରିବେଶ ଆବଶ୍ୟକ, ଯେଉଁଥିରେ କର୍ମଚାରୀ ତାଙ୍କ କାର୍ଯ୍ୟକୁ ସକାରାତ୍ମକ ଶକ୍ତି ସହିତ ଶେଷ କରିପାରିବେ।...

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ...

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍‌ ହାଉସ! ଭିଡିଓକୁ ନେଇ ନୂଆ ବିବାଦ

ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ...

ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ: ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନ ବେଗ ଅଧିକ ଅଛି, କାହିଁକି କହିଲେ ଏମିତି…

ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଓକ୍‌ଫ ବିଲ୍‌କୁ ବିଜେଡି ଏମ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image