ଧନ୍ଦାମୂଳକ ଶିକ୍ଷାର ଚାହିଦା ନାହିଁ

ବ୍ରହ୍ମପୁର ଅଫିସ୍‌,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍‌ କରିବା ପରେ ଜଣେ ପିଲା ଯଦି ନିଜେ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦେବା ପାଇଁ ଏହି ସବୁ କଲେଜଗୁଡ଼ିକରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ତେବେ ସରକାରଙ୍କ ଏହି ଉଦ୍ଦେଶ୍ୟ ଲକ୍ଷ୍ୟଚୁତ ହେଉଥିବା ଦୃଷ୍ଟିକୁ ଆସିଛି। ବିଶେଷକରି ଗଞ୍ଜାମ ଜିଲାରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରତି ବର୍ଷ ବହୁ ସଂଖ୍ୟାରେ ସିଟ୍‌ ଖାଲି ପଡ଼ୁଛି। ଏପରିକି ସଦ୍ୟ ସମାପ୍ତ ହୋଇଥିବା ଯୁକ୍ତ ୨ ନାମଲେଖା ବେଳେ ମୋଟ ସିଟ୍‌ରୁ ଏକ ତୃତୀୟାଂଶ ମଧ୍ୟ ପୂରଣ ହୋଇପାରି ନାହିଁ । ଯାହାକୁ ନେଇ ଧନ୍ଦାମୂଳକ କଲେଜଗୁଡ଼ିକର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।
ଗଞ୍ଜାମ ଜିଲାରେ ରହିଛି ୧୩ ଧନ୍ଦାମୂଳକ ଶିକ୍ଷା କଲେଜ। ପ୍ରତ୍ୟକ କଲେଜରେ ମୋଟ ୪୮ ଲେଖାଏ ସିଟ୍‌ ରହିଛି । ଏଭଳି ଭାବେ ଜିଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬୨୪ ସିଟ୍‌ ଥିବା ବେଳେ ମାତ୍ର ୧୫୫ ସିଟ୍‌ ପୂରଣ ହୋଇଛି । ୪୬୯ ସିଟ୍‌ ଫାଙ୍କା ପଡ଼ିଛି । ଆସିକା କଲେଜ(ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ମାତ୍ର ୧୩ଜଣ ନାମଲେଖାଇଥିବା ବେଳେ ଭଞ୍ଜନଗର କଲେଜରେ ୮ , ଭୀଷ୍ମଗିରି କଲେଜରେ ୨୩ , ବୁଗୁଡ଼ା କଲେଜରେ ୧୯, ଦିଗପହଣ୍ଡି କଲେଜରେ ୩୧, ଡୁରା କଲେଜରେ ୩, ଗଞ୍ଜାମ କଲେଜରେ ୯, ଆସିକା ବ୍ଲକ କେନ୍ଦୁପଦର କଲେଜରେ ୧୪, ଖଲ୍ଲିକୋଟ ବ୍ଲକ ଖଲ୍ଲିକୋଟ କଲେଜରେ ୨୨ ଏବଂ ସୋରଡ଼ା କଲେଜରେ ମାତ୍ର ୧୩ଜଣ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଛନ୍ତି । ତେବେ ଏମିତି ମଧ୍ୟ ୩ କଲେଜ ରହିଛି, ଯେଉଁଠାରେ ଜଣେ ହେଲେ ନାମଲେଖାଇ ନାହାନ୍ତି । ସେଗୁଡ଼ିକ ହେଲା ଜଗନ୍ନାଥପ୍ରସାଦ କଲେଜ, ଚିକିଟି ବ୍ଲକ ନୂଆପଡ଼ା କଲେଜ, ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା କଲେଜ । କିନ୍ତୁ ଚଳିତ ବର୍ଷ ତୁଳନାରେ ଗତ ବର୍ଷ ନାମଲେଖା ଭଲ ରହିଥିଲା । ୬୨୪ ସିଟ୍‌ ମଧ୍ୟରୁ ୨୮୯ ପୂରଣ ହୋଇଥିବା ବେଳେ ୩୩୫ ସିଟ୍‌ ଖାଲି ପଡ଼ିଥିଲା । ତେବେ ମାତ୍ର ଗୋଟିଏ ବର୍ଷ ବ୍ୟବଧାନରେ ଏତେ ସଂଖ୍ୟାକ ସିଟ୍‌ କାହିଁକି ଅଧିକ ଖାଲି ପଡ଼ିଲା, ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛ।
ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରହିଛି ଆକାଉଣ୍ଟନ୍ସି, ଆକାଉଣ୍ଟାନ୍ସି ଆଣ୍ଡ ଅଡିଟିଂ, ବିଜିନେସ୍‌ ଷ୍ଟଡିସ୍‌ ଆଣ୍ଡ ମ୍ୟାନେଜମେଣ୍ଟ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, କମ୍ପ୍ୟୁଟର୍‌ ଟେକ୍ନିକ୍‌, ଗୋପାଳନ, ବୈଦ୍ୟୁତିକ ଗୃହ ଉପକରଣର ମରାମତି, ପର୍ଯ୍ୟଟନ ଏବଂ ଭ୍ରମଣ, ଟିକସ ସହାୟକ, ମତ୍ସ୍ୟ ଉପତ୍ାଦନ, କାର୍ଯ୍ୟାଳୟ ପରିଚାଳନା, ଶବ୍ଦ ଓ ଚିତ୍ର ବିଜ୍ଞାନ, ମେଡ଼ିକାଲ୍‌ ପରୀକ୍ଷାଗାର ବିଜ୍ଞାନ, କୃଷି ଆଦି ଶିକ୍ଷା ରହିଛି। ଏସବୁ ଶିକ୍ଷାଗ୍ରହଣ ଦ୍ୱାରା ଜଣେ ଛାତ୍ର କିମ୍ବା ଛାତ୍ରୀ ପାଠ ସରିବା ପରେ ସହଜରେ ଆମତ୍ନିର୍ଭରଶୀଳ ହୋଇପାରିବେ। ଏସବୁ କଲେଜଗୁଡ଼ିକରେ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଲ୍ୟାବ୍‌ ସହ ଅଭିଜ୍ଞ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ତଥାପି ପ୍ରତି ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ନିଜ ନାମଗୋପନ ରଖି ଏକ ଧନ୍ଦାମୂଳକ ଶିକ୍ଷା କଲେଜର ଅଧ୍ୟାପକ କୁହନ୍ତି, ୩୦ମାର୍କ ପ୍ରାକ୍ଟିକାଲ୍‌ ଏବଂ ୭୦ମାର୍କ ଥିଓରୀ ରହୁଛି। ପିଲାମାନେ ନାମ ଲେଖାଉଥିଲେ ମଧ୍ୟ ସେମାନଙ୍କୁ ଠିକ୍‌ ଭାବେ ପାଠପଢ଼ା ଯାଉ ନ ଥିବାରୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ସହଜରେ ପାସ୍‌ କରିବା ପାଇଁ ନାମ ଲେଖାଉଛନ୍ତି । ଧନ୍ଦାମୂଳକ ଶିକ୍ଷା ଅପେକ୍ଷା ଆଇଟିଆଇ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ଆଗ୍ରହ ଦେଖାଉଛନ୍ତି । କାରଣ ସେଥିରେ ଭବିଷ୍ୟତ ଅଛି । ଅନ୍ୟପଟେ ସରକାର କେବଳ କଲେଜ ଖୋଲି ଦେଉଛନ୍ତି । କିନ୍ତୁ ଜଣେ ପିଲା ପାସ୍‌ କରିବା ପରେ ତାକୁ କେମିତି ନିଯୁକ୍ତି ଦିଆଯାଇ ପାରିବ, ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଧୀରେ ଧୀରେ ପିଲାମାନେ ଧନ୍ଦାମୂଳକ ଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ କୁଳମଣୀ ଓଝା କୁହନ୍ତି, ଧନ୍ଦାମୂଳକ ଶିକ୍ଷା କଲେଜଗୁଡ଼ିକରେ ନାମଲେଖା ନୈରାଶ୍ୟଜନକ ରହିଛି । ଚଳିତ ବର୍ଷ ତିନଟି କଲେଜରେ ନାମଲେଖା ଶୂନ୍‌ ହୋଇଯାଇଛି । ପୂର୍ବ ବର୍ଷ ମଧ୍ୟ ଖୁବ୍‌ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ନାମ ଲେଖାଇଥିଲେ । ଶିକ୍ଷା ଗ୍ରହଣ ପରେ ନିଯୁକ୍ତି ସୁଯୋଗର ଅଭାବ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅନୁମାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri