ଧାନ ବିକିଲେ, ପ୍ରାପ୍ୟ ପାଇଲେନି

ବନ୍ତ, ୧୫।୬ (ଡି.ଏନ.ଏ.) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଚାଇଁପୁର ସେବା ସମବାୟ ସମିତିରେ ବହୁ ଚାଷୀ ଧାନ ବିକ୍ରୟ କରି ଏଯାଏ ପ୍ରାପ୍ୟ ପାଇନାହାନ୍ତି। ଫଳରେ ଦୁଇମାସ ଧରି ସେମାନେ ହତାଶା ମଧ୍ୟରେ କାଳାତିପାତ କରୁଛନ୍ତି। ଖର୍ଚ୍ଚ କରିବାକୁ ପାଖରେ ଟଙ୍କାଟିଏ ନ ଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ପ୍ରାପ୍ୟ ମିଳିବା ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଧାନ ଟଙ୍କା ନ ମିଳିବା ସାଙ୍ଗକୁ ଅର୍ଥାଭାବ କାରଣରୁ କେତେକ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ବନ୍ତ ଗ୍ରାମର ବିବେକାନନ୍ଦ ମିଶ୍ର ୨୦ କୁଇଣ୍ଟାଲ, ପ୍ରେମଲତା ନାୟକ ୩ .୫୪, ଜଳଧର ନାୟକ ୭୦.୫, ନିରୂପମା ବେହେରା ୨୫ କୁଇଣ୍ଟାଲ, ସୟଦ ମେହରବାନ ଅଲ୍ଲୀ ୮.୫୫, ସଖିପାଟଣା ଗ୍ରାମର ନୃସିଂହ ଚରଣ ପଲେଇ ୨୯.୭୪, ଶ୍ରୀବନ୍ତପୁର ଗ୍ରାମର ଦିଲୀପ କୁମାର ଜେନା ୬.୨୨ ଓ ଭୁବନେଶ୍ୱରପୁର ଶାସନ ଗ୍ରାମର ଭାସ୍କର ଶତପଥୀ ୨୬.୪୧କୁଇଣ୍ଟାଲ ଧାନ ଚାଇଁପୁର ସେବା ସମବାୟ ସମିତିରେ ବିକ୍ରି କରିଥିଲେ। ଏ ସମସ୍ତ ଧାନ ଗତ ଏପ୍ରିଲ ୪, ୬ ଓ ୧୨ ତାରିଖରେ ବିକ୍ରୟ ହୋଇଥିଲା। ଏହାମଧ୍ୟରେ ୨ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ। ଏବେ ସମଗ୍ର ରାଜ୍ୟରେ ରଜପର୍ବ ପାଳିତ ହେଉଥିବା ବେଳେ ରଜ ପାଳିବା, ବିଭିନ୍ନ ବିବାହ, ବ୍ରତ ଉତ୍ସବ ପାଇଁ ଏପରିକି ଡାକ୍ତରୀ ଚିକିତ୍ସା ଲାଗି ସମ୍ପୃକ୍ତ ଚାଷୀମାନଙ୍କ ପାଖରେ ଟଙ୍କାଟିଏ ନ ଥିବା କୁହାଯାଇଛି। ବର୍ଷକର ଖୋରାକକୁ ବିକ୍ରୟ କରି କୌଣସି କାର୍ଯ୍ୟରେ ଲଗାଇ ପାରୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟ ସରକାର ଓ ଜିଲା ଯୋଗାଣ ବିଭାଗ ଚାଷୀମାନଙ୍କର ଏଭଳି ସମସ୍ୟାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ସମ୍ପୃକ୍ତ ଚାଷୀମାନେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କୁ ପଚାରିବାରୁ ପି-ପାସ୍‌ ବନ୍ଦ ହୋଇଯିବା କାରଣରୁ ଏଭଳି ସମସ୍ୟା ଦେଖାଯାଇଛି। ସାଇଟ୍‌ ଖୋଲିଲେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri