Posted inଖେଳ

ଧେର୍‌ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍‌ ବୁଲ୍‌ ଆଥଲେଟ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍‌ ଧେର୍‌ସ ଗୁରୁବାର କିଟ୍‌ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍‌ (ଦୁଃସାହସିକ ସାଇକେଲ ଚାଳନା) ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ଦର୍ଶକ ଧେର୍‌ସଙ୍କ ଏହି ଷ୍ଟଣ୍ଟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକମାନେ ଏପରି ମଜ୍ଜିଯାଇଥିଲେ ଯେ, ପ୍ରତି ୧୦ ମିନିଟରେ ବ୍ରେକ୍‌ ନେବାକୁ ଥିଲେ ହେଁ ଧେର୍‌ସ ତାହା ଭୁଲିଯାଇଥିଲେ। ଯୁବ ଦର୍ଶକଙ୍କ ଉପସ୍ଥିତି ଓ କୋଳାହଳ ତାଙ୍କୁ ଅଭୀଭୂତ କରିଥିଲା। ସେ ମଝିରେ ବ୍ରେକ୍‌ ନେଇ ନିଜ ପ୍ରିୟ ଦର୍ଶକଙ୍କୁ ନିରାଶ କରିବାକୁ ଚାହିଁ ନ ଥିଲେ। ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ। ଦୁଃସାହସିକ ବାଇକ୍‌ ଚାଳନା ପ୍ରେମୀଙ୍କୁ ସେ ଷ୍ଟଣ୍ଟ ସମ୍ପର୍କରେ ମୂଲ୍ୟବାନ୍‌ ପରାମର୍ଶ ଦେଇଥିଲେ।
ଧେର୍‌ସ ଗତ ୧୬ ତାରିଖରେ ଭେନେଜୁଏଲାରୁ ଭାରତ ଭ୍ରମଣରେ ଆସିଛନ୍ତି। ଏଠାରେ ୨ ଦିନ ରହଣି ପରେ ସେ ଗୁଆହାଟୀରେ ହେବାକୁ ଥିବା ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ଟୁର୍‌ରେ ଯୋଗଦେବେ। ପାଞ୍ଚଥର ୱାର୍ଲଡ ଏକ୍ସ ଗେମ୍‌ ଚାମ୍ପିୟନ୍‌ ଧେର୍‌ସ ଇମ୍ଫାଲରେ ଚଳିତମାସ ୨୪ରେ ହେବାକୁ ଥିବା ଏକ୍ସ-ଜାମ୍‌ରେ ମଧ୍ୟ ବିଚାରକ ଭାବେ ଯୋଗଦେବେ। ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ଟୁର୍ନାମେଣ୍ଟ ଜରିଆରେ ପରବର୍ତ୍ତୀ ପିଢ଼ିର ଦୁଃସାହସିକ କ୍ରୀଡ଼ା ପ୍ରତି ରୁଚି ରଖୁଥିବା ଯୁବକଙ୍କ ପାଖରେ ପହଞ୍ଚତ୍ବା ତାଙ୍କର ଲକ୍ଷ୍ୟ। ଆମ୍ବାସାଡର ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ସେ ସାରା ବିଶ୍ୱରେ ଏହି କ୍ରୀଡ଼ାର ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି। ଡାନିଏଲ୍‌ ଧେରସ୍‌ ହେଉଛନ୍ତି ଭେନେଜୁଏଲାର ଜଣେ ରେଡ୍‌ ବୁଲ୍‌ କ୍ରୀଡ଼ାବିତ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ। ୨୦୦୬ ତାଙ୍କ ପାଇଁ ଉଲ୍ଲେଖନୀୟ ବର୍ଷ ଥିଲା। ଏହି ବର୍ଷ ସେ ଆକ୍ସନ୍‌ ସ୍ପୋଟର୍‌ସ ଟୁର୍‌ ଟାଇଟଲ୍‌ ଜିତିଥିଲେ। ସେ ଏକ୍ସ ଗେମ୍‌ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ୨୦୧୪ରେ ସେ ଏଫ୍‌ଆଇଏସ୍‌ଇ ୱାର୍ଲଡ ସିରିଜ୍‌ ଚାମ୍ପିୟନ୍‌ ହୋଇଥିଲେ। ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଦିନରେ ଏସୀୟ କିମ୍ବା ଜାତୀୟସ୍ତରୀୟ ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ବିଏମ୍‌ଏକ୍ସ ଟୁର୍ନାମେଣ୍ଟ ଆୟୋଜନ ହେବା ସମ୍ଭାବନା ରହିଛି। ଧେରସଙ୍କ ଷ୍ଟଣ୍ଟ ଅବସରରେ ରେଡ୍‌ ବୁଲ୍‌ର ଆଥଲେଟ୍‌ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri