ନୂଆଦିଲ୍ଲୀ,୨୫।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅନ୍ଲାଇନ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଧିମା ବ୍ୟାଟିଂ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଥିଲେ। ମୁଁ ଦୁଃଖିତ। ଦଳୀୟ ସ୍କୋର ଆହୁରି ଭଳ ହୋଇପାରିଥାନ୍ତା। ଧୋନୀ ଓ କେଦାର ଯାଦବଙ୍କ ଭାଗୀଦାରିରେ ମୁଁ ଖୁସି ନାହିଁ। ଏହା ବହୁତ ଧିମା ଥିଲା। ସିନିୟର ବ୍ୟାଟ୍ସମ୍ୟାନ ଧୋନୀଙ୍କୁ ଆଟାକିଂ ଖେଳିବାର ଥିଲା ବୋଲି ଏକ ସାକ୍ଷତକାରରେ ସଚିନ କହିଥିଲେ। ସିଧାସଳଖ ସମାଲୋଚନା ଯୋଗୁ ଧୋନୀଙ୍କ ଡାଇ ହାର୍ଡ ଫ୍ୟାନମାନେ ମାଷ୍ଟର ବ୍ଲାଷ୍ଟରଙ୍କୁ ସମାଲୋଚନା କରିଛନ୍ତି। କିଛି ପ୍ରଶଂସକ ଦୁଇ କିମ୍ବଦନ୍ତୀଙ୍କ ମଧ୍ୟରେ ତୁଳନା କରିଛନ୍ତି। ଧୋନୀ କ୍ରିକେଟର ରାଜା। ସଚିନ ନିଜ ପାଇଁ ଖେଳିଥିଲେ। ଆଉ ଏବେ ସେ ନିଜ ପୁଅକୁ ଭାରତୀୟ ଦଳରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି ବୋଲି ଜଣେ ପ୍ରଶଂସକ ଅଭିଯୋଗ କରିଛନ୍ତି। ଆଉ ଜଣେ ଟୁଇଟ୍ କରିଛନ୍ତି, ଧୋନୀ ବିଶ୍ୱକପ୍ ଜିତିଥିଲେ, ଯାହା ତୁମର ଲମ୍ବା କ୍ୟାରିୟରରେ ହାତେଇ ପାରି ନ ଥିଲ। ନର୍ଭସ ନାଇନଟିଜ ଶିକାର ହେଉଥିବା ଖେଳାଳି ଧୋନୀଙ୍କୁ ହିଟରଙ୍କ ଭଳି ଖେଳିବାକୁ କହୁଛନ୍ତି।