‘ନଁ। ପଛରେ ଲୁଚିଛି କିମ୍ବଦନ୍ତୀ’

ଲଙ୍ଗଳେଶ୍ୱର, ୭।୩(କମଳାକାନ୍ତ ଦାସ)-ବିଭିନ୍ନ ଗ୍ରାମ ବା ଜନପଦର ନାମକରଣକୁ ନେଇ ରହିଛି ଅନେକ ଜନଶ୍ରୁତି। ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୫୦ କି.ମି.ଦୂର ଗଲେ ପଡ଼େ ଲଙ୍ଗଳେଶ୍ୱର ବଜାର। ସେଠାରୁ ଅନତି ଦୂରରେ ପୁରାତନ ଶୈବପୀଠ ଲଙ୍ଗଳେଶ୍ୱର। ମନ୍ଦିର ପଛପଟେ ପାର୍ବତୀ ନଦୀ ପ୍ରବାହିତ। ପ୍ରାକୃତିକ ପରିବେଶ ଅତି ମନୋରମ। ଏହି ଶୈବପୀଠକୁ ଅନେକ ଭକ୍ତ, ପଯର୍ର୍‌ୟଟକ ଆସିଥାନ୍ତି। ରାଜ୍ୟ ସରକାର ୨୦୧୦ରେ ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଥିଲେ ବି ଏହି ପୀଠର ଆଶାନୁରୂପ ଉନ୍ନତି ହୋଇପାରିନାହଁି। ୨୦୧୫ରେ ଏକ ପାନ୍ଥ ନିବାସ ନିର୍ମାଣ ସକାଶେ ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ଜାଗା ଚିହ୍ନଟ ନ ହେବାରୁ କାମ ହୋଇନି।
ଧାନ ଚାଷ ଲାଗି ଏହି ଅଞ୍ଚଳର ପ୍ରସିଦ୍ଧି ରହିଛି। କିମ୍ବଦନ୍ତୀ ଅଛି ଯେ, ପ୍ରାଣୀମାନଙ୍କ ସକାଶେ ଖାଦ୍ୟଶସ୍ୟ ସୃଷ୍ଟି ପାଇଁ ଭଗବାନ ଶିବ କୈଳାସପୁରରୁ ଲଙ୍ଗଳେଶ୍ୱର ଆସିଥିଲେ। ଷୋଳଷା ପାଣ୍ଠରେ ଶିବ ନିଜେ ଲଙ୍ଗଳ ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘଦିନ ବିତିଯିବା ପରେ ଶିବ କୈଳାସପୁର ନ ଫେରିବାରୁ ମା’ ପାର୍ବତୀ ତାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଥିଲେ। ଏଠାରେ ଶିବ-ପାର୍ବତୀଙ୍କ ମିଳନ ହୋଇଥିଲା। ଶିବଙ୍କ କର୍ମଭୂମି ଭାବେ ଲଙ୍ଗଳେଶ୍ୱର ଖ୍ୟାତ। ସେ ଲଙ୍ଗଳରେ ହଳ କରିବା ସମୟରେ ଲଙ୍ଗଳ ମୁଣ୍ଡାରେ ଯେଉଁ ଘାସ ଓ ମାଟି (ବାଟିଆ)ଲାଗୁଥିଲା, ତାହାକୁ ବାହାର କରି ଯେଉଁଠି ପକାଯାଉଥିଲା ସେହିଠାରେ ଏବେ ଜନବସତି ଗଢି ଉଠିଛି। ଏହି ସ୍ଥାନର ନାମ ରହିଛି ବାଟିଆଡ଼ିହା । ଚାଷ କାର୍ଯ୍ୟରେ ପରିଶ୍ରମ କରି ଭଗବାନ ଶିବ ଶ୍ରମ ଲାଘବ କରିବା ସକାଶେ ଏକ ସ୍ଥାନରେ ଗଞ୍ଜା ଟାଣି ବସୁଥିଲେ। କାଳକ୍ରମେ ସେହି ଗ୍ରାମର ନାମ ଗଞ୍ଜା ହୋଇଛି। କଥିତ ଅଛି ଯେ, ଭଗବାନ ଶିବ ଏଠାରୁ ଫେରିବା ସମୟରେ ଏକ ସ୍ଥାନରେ ବାଟବଣା ହୋଇଯାଇଥିଲେ। ଏହି ସ୍ଥାନକୁ ଏବେ ବଣିଆଡ଼ିହା ଗ୍ରାମ କୁହାଯାଉଛି। ଭଗବାନ ଶିବ ସେଠାରୁ ଫେରି ବିଶ୍ରାମ ନେଇଥିବା ସ୍ଥାନର ନାମ ରହିଛି ବିଶ୍ୱନାଥପୁର । ସ୍ବୟଂ ଶିବ ନିଜେ ଏଠାରେ ଯେଉଁ ସବୁ କାର୍ଯ୍ୟ କରିଥିଲେ, ତାହାକୁ ଆଧାର କରି ବିଭିନ୍ନ ଗ୍ରାମର ନାମକରଣ ହୋଇଥିବା ନେଇ ସ୍ଥାନୀୟ ପୁରୁଖା ବ୍ୟକ୍ତି ଭାନୁ ଚରଣ ପାତ୍ର, ସୀତାରାମ ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।
ବର୍ତ୍ତମାନ ଶିବମନ୍ଦିର ଥିବା ସ୍ଥାନରେ ପୂର୍ବରୁ କଣ୍ଟି, ଖଡ଼ି, କିଆବୁଦା ପ୍ରଭୃତି ଘଞ୍ଚ ଜଙ୍ଗଲ ରହିଥିଲା। ଜମିଦାର ଶାସନ ସମୟରେ ଲଙ୍ଗଳେଶ୍ୱର ଅଞ୍ଚଳରେ ୨୫ ଘର କୃଷକ ପରିବାର ରହୁଥିଲେ। ଜମିଦାର ଉକ୍ତ ସ୍ଥାନକୁୁ ସଫା କରିବା ବେଳେ ସେଠାରୁ ଶିବଲିଙ୍ଗ ଓ ଲଙ୍ଗଳ ମିଳିଥିବା କୁହାଯାଏ। ସେବେଠାରୁ ଏହି ଗ୍ରାମ ଲଙ୍ଗଳେଶ୍ୱର ଭାବେ ପ୍ରସିଦ୍ଧି ଲାଭ କରିଛି। ଏହି ପୀଠରେ ଶିବ ଓ ପାର୍ବତୀ ଏକ ସଙ୍ଗରେ ପୂଜା ପାଇଥାନ୍ତି, ଯାହା ଏକ ବିଶେଷତ୍ୱ। ପୂର୍ବରୁ ଶିବରାତ୍ରି ବେଳେ ଦୁଇଦିନିଆ ମେଳା ବସୁଥିଲା। ବର୍ତ୍ତମାନ ମେଳା ୧୫ ଦିନ ଧରି ଚାଲୁଛି। ଦୂରଦୂରାନ୍ତରୁ ଲୋକ ଆସି ଶିବଙ୍କୁ ପୂଜା କରିବା ସହ ମେଳାରୁ ବିଭିନ୍ନ କୃଷିଭିତ୍ତିକ ସାମଗ୍ରୀ ତଥା ଘରୋଇ ଆସବାବପତ୍ର କିଣାକିଣି କରିଥାନ୍ତି। ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଏହାର ଭିତ୍ତିଭୂମି ବିକାଶ ଲାଗି ପର୍ଯ୍ୟଟନ ବିଭାଗ ଦୃଷ୍ଟିି ଦେଉ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ରାମଚନ୍ଦ୍ର ଦାସ ଏବଂ ମନ୍ଦିର ପୂଜକ ଗୋପୀନାଥ ମିଶ୍ର ପ୍ରମୁଖ ଦାବି କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାସାଗର ମେଳା ଶୁଭାରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବନ୍ଦ ରହିବ ଫେରିଘାଟ

ଭୋଗରାଇ,୯ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଗୁରୁବାରଠାରୁ ସରକାରୀ...

ସମୁଦ୍ରରେ ପାଟ୍ରୋଲିଂବେଳେ ସ୍ପିଡ୍‌ ବୋଟ୍‌ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଭୋଗରାଇ,୫ା(ପ୍ରଦୀପ ଦାସ): ବର୍ଷ ଆରମ୍ଭରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା...

ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି

ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ...

ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ...

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା

ପଞ୍ଚଲିଙ୍ଗେଶ୍ୱର,୩୦ା୧୨(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଓଡ଼ିଶାର ବିଭିନ୍ନ ଜିଲା ତଥା ଓଡ଼ିଶା ବାହାରୁ ନୂତନ ବର୍ଷ ଏବଂ ଶୀତକାଳୀନ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ

ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri