ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ ଅସୁସ୍ଥ ଥିଲା। ରକ୍ତଜନିତ ରୋଗ ସହ ଯକୃତ ଖରାପ ହେବା ଯୋଗୁ ତା’ର ଚିକିତ୍ସା କରାଯାଉଥିଲା।

୨୦୦୪ ଜୁଲାଇରେ ଭଞ୍ଜନଗରରୁ ୩/୪ମାସର ହୋଇଥିବା ସୂରଜ ନନ୍ଦନକାନନକୁ ଆସିଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ ଅଣ୍ଡିରା, ୨ଟି ମାଈ କଲରାପତାରିଆ ବାଘ ରହିଛନ୍ତି। ନନ୍ଦନକାନନକୁ ୪ ଅଣ୍ଡିରା ଏସୀୟ ସିଂହ ଓ ଏକ ହଳ କୋକିଶିଆଳି କାନନପେଣ୍ଡାରୀ ଚିଡ଼ିଆଖାନା ବିଳାସପୁର, ଛତିଶଗଡ଼ରୁ ଆସି ମଙ୍ଗଳବାର ରାତିରେ ପହଞ୍ଚିଛନ୍ତି। ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଏମାନେ ଆସିଥିବା ଜଣାପଡ଼ିଛି। ଏହା ବଦଳରେ ନନ୍ଦନକାନନକୁ ଦୁଇଟି ଜଳହସ୍ତୀ ଦେବାକୁ ପଡ଼ିବ। ଫଳରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇ ୧୫ ଓ କୋକିଶିଆଳି ସଂଖ୍ୟା ୫ରେ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେବ ଘରକୁ ଫେର ନ ଥିଲେ, ଆଜି ବୈତରଣୀରୁ ମିଳିଲା ମୃତଦେହ

ଆନନ୍ଦପୁର,୧୮ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ଅମାରଙ୍ଗ ବୈତରଣୀ ନଦୀ ଘାଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାପଡ଼ିଛି,...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡିତାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବିଜେଡିର ଚେତାବନୀ

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା...

ହୋ ସମ୍ପ୍ରଦାୟର ମକରରେ ନିଆରା ହେସାରାଘା ପର୍ବ: ନୃତ୍ୟ ଗୀତର ତାଳେତାଳେ ନାଚିଲେ…

ପାଟଣା,୧୮।୧(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗ୍ରାମରେ ଶୁକ୍ରବାର ସାରେରେ ହୋ ସମ୍ପ୍ରଦାୟର ହେଶା ରେଗା ମାର୍ଶାଲ ଯୁବକ ସଂଘ ପକ୍ଷରୁ ମକର...

ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ…

ପାଟଣା,୧୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଶନିବାର ଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନର ବଡ଼ବନ୍ଧ ଏବଂ ରାଜନଗର ନିକଟ ବୈତରଣୀ...

ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ୱର,୧୮।୧: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦର...

ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପହଞ୍ଚିଗଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପରେ…

ଜି.ଉଦୟଗିରି,୧୮ା୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ...

ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ...

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image