ନଭେମ୍ବର ୧୨ରୁ ବାଲିଯାତ୍ରା

କଟକ ଅଫିସ,୧୬।୧୦:ଜିଲା ପ୍ରଶାସନ, ଜିଲା ସଂସ୍କୃତି ପରିଷଦ ଏବଂ କଟକ ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଚଳିତବର୍ଷର ଐତିହାସିକ ବାଲିଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଅଧ୍ୟକ୍ଷତା କରିଥିଲେ। ସିଏମ୍‌ସି କମିଶନର ଅନନ୍ୟା ଦାସ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରାଇ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ସଦର ତହସିଲଦାର, ଜିଲା ସଂସ୍କୃତି ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ନଭେମ୍ବର ୧୨ରୁ ବାଲିଯାତ୍ରା ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଏହା ୮ଦିନ ପର୍ଯ୍ୟନ୍ତ ଚାଲିବାର ପ୍ରସ୍ତାବ ରହିଛି।
‘ମୋ ସରକାର’ ଏବଂ ୫-ଟି ଆଧାରରେ ଜିଲାରେ ସମ୍ପୃକ୍ତ ବିଭାଗ ସହିତ ସମନ୍ବୟ ରଖି ନୂତନ ଢାଞ୍ଚାରେ ବାଲିଯାତ୍ରା ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟତଃ ଆଇନ ଶୃଙ୍ଖଳା, ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପ୍ରଦର୍ଶନୀ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଲିଯାତ୍ରା ପଡ଼ିଆକୁ ଚତୁଃପାର୍ଶ୍ୱରୁ ସଂଯୋଗ କରୁଥିବା ରାସ୍ତାଗୁଡିକର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସିଏମ୍‌ସି ଅସ୍ଥାୟୀ ରାସ୍ତାଗୁଡ଼ିିକୁ ସମତଳ ପାଇଁ ପଦକ୍ଷେପ ନେବାକୁ ସ୍ଥିର ହୋଇଛି। ବାଲିଯାତ୍ରା ପଡ଼ିିଆ ଭିତରେ ଯାତାୟାତ ସୁବିଧା ନିମନ୍ତେ ବ୍ୟାଟେରି ଚାଳିତ ଯାନ ବ୍ୟବହାର ପାଇଁ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ସହାୟତା ନିଆଯିବ ବୋଲି ଜିଲାପାଳ କହିଥିଲେ। ପ୍ରତ୍ୟେକ ଷ୍ଟଲ, କ୍ଷୁଦ୍ର ବ୍ୟବସାୟୀଙ୍କୁ ପରିଚୟ ପତ୍ର ଦିଆଯିବା ସହ ଲାଇସେନ୍ସଧାରୀ ପ୍ରତି ଷ୍ଟଲରେ ନିଜସ୍ବ ଖର୍ଚ୍ଚରେ ଡଷ୍ଟବିନ୍‌ ରଖିବେ। ବୁଲା ବିକାଳି ବା ଅନ୍ୟ କାହାକୁ ଚୋରାରେ ବିଦ୍ୟୁତ୍‌ ଯୋଗାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁରକ୍ଷା ଦୃଷ୍ଟିରୁ ଛୋଟ ଦୋକାନୀ ଓ ବୁଲା ବିକାଳିଙ୍କ ପାଇଁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ କରାଯିବ। ଭେଣ୍ଡିଂ ଜୋନ ବାହାରେ ବ୍ୟବସାୟୀଙ୍କୁ ବସିବା ପାଇଁ ଅନୁମତି ନ ଦିଆଯିବା ସହିତ ସେମାନଙ୍କଠାରୁ କାୈଣସି ମାହାସୁଲ ନିଆଯିବ ନାହିଁ। ଜିଲା ପ୍ରଶାସନ ଏବଂ ପୋଲିସ ସ୍କ୍ବାଡ୍‌ ନିୟୋଜିତ ରହି କାର୍ଯ୍ୟ କରିବେ ା
ଚଳିତବର୍ଷ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯିବା ସହ ଖାଦ୍ୟ ମାନ ଯାଞ୍ଚ ପାଇଁ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୪ଟି ଦଳ ରହିବେ ବୋଲି ମହାନଗର ନିଗମ ଆୟୁକ୍ତ ଅନନ୍ୟା ଦାସ କହିଛନ୍ତି। ତଳପଡ଼ିିଆ ଓ ଉପରପଡ଼ିଆରେ ଆବଶ୍ୟକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଯିବା, ପୋଲିସ ପ୍ରଶାସନ, ଓର୍‌ମାସ ତରଫରୁ ୱାଚ୍‌ ଟାୱାର ବ୍ୟବସ୍ଥା, ବାଲିଯାତ୍ରାରେ ପିଲା ହଜିଗଲେ ଶିଶୁ ପ୍ରଯନତ୍ ଅନୁଷ୍ଠାନରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ରଖାଯିବା, ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନାକେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଷ୍ଟଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବା, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଗାଡ଼ିି ସୁବିଧାରେ ଯାତ୍ରାସ୍ଥଳକୁ ଯାତାୟାତ ଲାଗି ପ୍ରଶସ୍ତ ରାସ୍ତାର ସୁବିଧା କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri