ନରହନ୍ତା ଦନ୍ତାର ଉଗ୍ରରୂପ

ପରଜଙ୍ଗ, ୧୯।୯(ଡି.ଏନ.ଏ.) – ଗଁ।ରୁ ଗଁ।କୁ ଘୂରିବୁଲୁଛି। ଯୁଆଡ଼େ ମୁହଁ।ଉଛି ସିଆଡ଼େ ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଚାଳ ଛପର, କଂକ୍ରିଟ୍‌ କୋଠା, ପାଚେରି, ବାଡ଼ି ବଗିଚା କିଛି ବାଦ୍‌ ପଡୁନି। ରାତିରେ ଜନବସତିରେ ବୁଲୁଛି। ମଣିଷ ଦେଖିଲେ ମାରିବାକୁ ଗୋଡ଼ାଉଛି। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ନରହନ୍ତା ଦନ୍ତାର ଏପରି ହିଂସ୍ରରୂପରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। କେବଳ ନରହନ୍ତା ଦନ୍ତା ନୁହେଁ, ଅଞ୍ଚଳରେ ୩୦ଟିକିଆ ହାତୀପଲ ଦୀର୍ଘଦିନ ହେଲା ବ୍ୟାପକ ଉପଦ୍ରବ ସୃଷ୍ଟି କରୁଛନ୍ତି। ସେମାନଙ୍କ ଘଉଡ଼ାଇବାକୁ ଯାଇ ବନ ବିଭାଗ ନାକେଦମ ହୋଇପଡ଼ିଥିବାବେଳେ ଉପଦ୍ରୁତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ନରହନ୍ତା ଦନ୍ତା ପରଜଙ୍ଗ ପଞ୍ଚାୟତର ଭାଲିଆତଇଲା ଗ୍ରାମରେ ପଶି ତାଣ୍ଡବ ରଚିଥିଲା। ହାତୀ ଉପଦ୍ରବରେ ଗୁଣ୍ଡିଚା ମଲ୍ଲିକ, କପିଳ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ବାମଦେବ ମଲ୍ଲିକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ପରିବାର ଲୋକେ ଶୋଇଥିବାବେଳେ ହାତୀ ଘର ଭାଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ ଏଥିରୁ ସମସ୍ତେ ବର୍ତ୍ତିଯାଇଛନ୍ତି। ବର୍ଷା ଚାଲିଥିବାରୁ ବାସହରା ପରିବାର ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଏହାପରେ ହାତୀ ଖଣ୍ଡୁଆଳମୁଣ୍ଡା ଗ୍ରାମ ନିକଟରେ ନିର୍ମାଣାଧୀନ ରେଳପଥ କାମରେ ନିୟୋଜିତ କର୍ମଚାରୀଙ୍କ କ୍ୟାମ୍ପକୁ ଭାଙ୍ଗି ଦେଇଛି। ସେଠାରେ ଥିବା ରାତ୍ର ଜଗୁଆଳି, ଦୁଇଜଣ ମେଶିନ ଅପରେଟର ହାତୀମୁହଁରୁ ବର୍ତ୍ତି ଯାଇଛନ୍ତି।
ଏଥିପୂର୍ବରୁ ସନ୍ଧ୍ୟାରେ ଦନ୍ତାହାତୀ ଡମୋଳ ଗ୍ରାମ ନିକଟରେ ଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଉଡ଼ାଇଥିଲେ। ବାଣ ମାରିଲେ କିମ୍ବା ଲାଇଟ୍‌ ଆଲୁଅ ଦେଖିଲେ ହାତୀ ଅଧିକ ହିଂସ୍ର ହୋଇଉଠୁଛି। ଏହାପରେ ଘରଦ୍ୱାର ଭାଙ୍ଗି ପକାଉଛି। ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ, ହାତୀସ୍କ୍ବାଡ୍‌ କର୍ମଚାରୀ ଦନ୍ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅଞ୍ଚଳରେ ଧାନ ଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବାବେଳେ ହାତୀ ପଲ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତୁରନ୍ତ ଉକ୍ତ ନରହନ୍ତା ଦନ୍ତାକୁ ଅନ୍ୟତ୍ର ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେହିପରି ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨୦ରୁ ଊଦ୍ଧର୍‌ବ ହାତୀ ପାର ହୋଇଥିଲେ। ଫଳରେ ଦୀର୍ଘ ସମୟ ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଏମ୍‌ପି ମହେଶ ସାହୁ, ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ସରପଞ୍ଚ ପ୍ରିୟଜିତ୍‌ ସାମଲ, ଯୁବ ବିଜେଡି ସଭାପତି ସୁବ୍ରତ ଦାସ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ରେଞ୍ଜର କୁହନ୍ତି, ଉକ୍ତ ଦନ୍ତା ଆକ୍ରମଣରେ ୧୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ବନ ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇଛି। ଖୁବ୍‌ଶୀଘ୍ର କ୍ଷତିପୂରଣ ମିଳିବ।

କଂକ୍ରିଟ୍‌ ବିମ୍‌ ବଞ୍ଚାଇଦେଲା ୩ ଜୀବନ

କଥାରେ ଅଛି ରଖେ ହରି ତ ମାରେ କିଏ। ଖଣ୍ଡୁଆଳମୁଣ୍ଡା ଗ୍ରାମର ରମେଶ ପରିଡ଼ାଙ୍କ କ୍ଷେତ୍ରରେ ଏହା ସତ୍ୟ ପ୍ରମାଣିତ ହୋଇଛି। ଘରର କଂକ୍ରିଟ ବିମ୍‌ ପାଇଁ ହାତୀ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ପରିବାରର ୩ଜଣ ସଦସ୍ୟ। ପରଜଙ୍ଗ ଶାଖା କେନାଲ ପାଖରେ ବଖରାଏ ଘରେ ରୁହନ୍ତି ରମେଶ, ତାଙ୍କ ସ୍ତ୍ରୀ କୁନି ଏବଂ ଝିଅ ସ୍ମୃତି। ମଙ୍ଗଳବାର ସମ୍ପୃକ୍ତ ପରିବାର ଲୋକେ ଖାଇସାରି ଏକାଠି ଶୋଇଥିଲେ। ଏହି ସମୟରେ ପରଜଙ୍ଗ ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଥିବା ନରହନ୍ତା ଦନ୍ତା ହଠାତ୍‌ କବାଟ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ଘର ଲୋକେ ଉଠିପଡ଼ି ଲାଇଟ୍‌ ଲଗାଇ ଦେଇଥିଲେ। ସେତେବେଳକୁ ହାତୀ ଘରେ ଭିତରେ ଶୁଣ୍ଢ ପୂରାଇ ସାରିଥିଲା। ହେଲେ କଂକ୍ରିଟ ବିମ୍‌ ଥିବାରୁ ଭିତରକୁ ପଶି ପାରୁ ନ ଥିଲା। ଘର ସାମାନ୍ୟ ବଡ଼ ହୋଇଥିବାରୁ ୩ଜଣ ସଦସ୍ୟ ଗୋଟିଏ କୋଣରେ ରହିଯାଇଥିଲେ। ଠାକୁରଙ୍କୁ ଡାକିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ନ ଥିଲା। କିଛି ସମୟ ଦୁଆର ପାଖରେ ଜଗି ରହିବା ପରେ ହାତୀ ଫେରିଯାଇଥିଲା। ହେଲେ ଯିବା ପୂର୍ବରୁ ଭାଙ୍ଗିଥିବା କବାଟକୁ ଶୁଣ୍ଢରେ ଟେକି ନେଇ ଚାଳ ଖୁଣ୍ଟ ଭାଙ୍ଗି ଦେଇଥିଲା। ଫଳରେ ପରିବାର ଲୋକ ଘରୁ ବାହାରି ପାରି ନ ଥିଲେ। ଦୀର୍ଘ ସମୟ ପରେ ଚିତ୍କାର ଶୁଣି ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ।
ଏ ନେଇ ରମେଶ କୁହନ୍ତି, ମଙ୍ଗଳବାର ରାତି ସବୁଦିନ ଅଭୁଲା ହୋଇ ରହିବ। ସମସ୍ତେ ମୃତ୍ୟୁକୁ ନିକଟରୁ ଦେଖିଲୁ। କଂକ୍ରିଟ ବିମ୍‌ ନ ଥିଲେ କେହି ବର୍ତ୍ତି ନ ଥାନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ...

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri