ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର ଜଣେ ବୟସ୍କ ଦମ୍ପତ୍ତି ନିଜ ନାତୁଣୀ ସହ କୁଆଡେ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ହଠାତ୍ ନାତୁଣୀ ଜଣଙ୍କ ଖେଳି ଖେଳି ଟ୍ରେନ୍ ଟ୍ରାକକୁ ଆସିଥିବାବେଳେ ପ୍ଲାଟଫର୍ମରେ ଟ୍ରେନ୍ ଆସୁଥିବାର ଦେଖି ଜେଜେ ମା’-ବାପା ନାତୁଣୀଙ୍କୁ ବଞ୍ଚାଇବା ପାଇଁ ଟ୍ରାକ୍ ଆଗକୁ ଡେଇଁ ପଡିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।